ମନମୁଖି ବିଦ୍ୟୁତ କାଟକୁ ନେଇ ବିରୋଧ ଓ ଅଫିସ ଘେରାଉ
ସଇଁନ୍ତଲା,୭/୮: ଦିନକୁ ଦିନ ବାରମ୍ବାର ବିଦ୍ୟୁତ କାଟ ହେବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତର ଲୁଚକାଳି ଖେଳ ଯୋଗୁଁ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଏପଟେ ଅଞ୍ଚଳରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷରେ ପାଣି ଦରକାର କିନ୍ତୁ ବିଦ୍ୟୁତ କାଟ ଯୋଗୁଁ ଚାଷୀର ପାଣି ମଡେଇବା କାମରେ ଅସୁବିଧା ଦେଖା ଦେଇଛି। ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଆଜି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃତ୍ବ ମହେନ୍ଦ୍ର କୁମାର ଠାକୁରଙ୍କ ତତ୍ତ୍ୱାବଧାନରେ ସଇଁନ୍ତଳା ବିଦ୍ୟୁତ ଅଫିସ ଘେରାଉ କରାଯାଇଛି। ଏହା ସହ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ ହୋଇଛି। ତେବେ ଆଗକୁ ଜଦି ଏମିତି ବିଦ୍ୟୁତ କାଟ ହୁଏ ଲାଗିରୁହେ ତେବେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ଓ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
ସଇଁନ୍ତଲା ବ୍ଲକ ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in