ଲାଞ୍ଜିଗଡ଼,୨୧/୮: ବିଶ୍ୱନାଥପୁର ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଆଜିକୁ ୧୬ ଦିନ ହେଲା ବନ୍ଦ ହୋଇପଡିଛି। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଗମଞ୍ଚଳର କିଛିଲୋକ ରୋଗୀ ନେଇ ଶୁକ୍ରବାର ବିଶ୍ୱନାଥପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଗାଡି ଭଡା ଓ ଔଷଧ କିଣିବା ପାଇଁ ତାଙ୍କ ହାତରେ ପଇସା ନଥିଲା।ବିଶ୍ୱନାଥପୁର ଷ୍ଟେଟବ୍ୟାଙ୍କ ଯାଇଥିଲେ। ବ୍ୟାଙ୍କରେ ଲମ୍ବା ଧାଡ଼ି ଯୋଗୁଁ ଏସବିଆଇ ଏଟିଏମକୁ ଆସିଥିଲେ। ଏଟିଏମ୍ ବନ୍ଦ ଯୋଗୁଁ ବହୁସମୟ ଅପେକ୍ଷା କରି ନିରାଶ ହୋଇଥିଲେ। ବ୍ଲକ ମୁଖ୍ୟାଳୟ ଯୋଗୁଁ ବହୁ ଲୋକଙ୍କ ପଇସା ଜରୁରୀ ହୋଇଥାଏ। ହେଲେ ନାନାଦି ବାହାନା ଦେଖାଇ ମାସକୁ ପ୍ରାୟ ୧୫ ଦିନ ଏଟିଏମ୍ ବନ୍ଧ ରହୁଥିବା ନେଇ ଗ୍ରାହକମାନେ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରକାଶ କରିଛନ୍ତି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in