ଭବାନୀପାଟଣା,୨୬/୮: କଳାହାଣ୍ଡି ଘରୋଇ ସ୍କୁଲ ସଂଘର ଅନଲାଇନ୍ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଚେୟାରମେନ୍ ଶିବରାମ ନାୟକ ସଭା ପରିଚାଳନା କରିଥିବାବେଳେ ସଂଘର ସମ୍ପାଦକ ଡା. ଜାହାଙ୍ଗିର ଖାଁ ସଭା ସଂଯୋଜନା କରିଥିଲେ। କଳାହାଣ୍ଡିର ୧୩ଟି ବ୍ଲକର ସମସ୍ତ ସ୍କୁଲର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ସଭାରେ ଯୋଗଦେଇ କୋଭିଡ଼-୧୯ ଦ୍ଵାରା ସ୍କୁଲ ପରିଚାଳନାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ଅଲୋଚନ କରିଥିଲେ। ଏଥିରେ ସଂଘର ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ, ଇଂ. ଅଜୟ ପଣ୍ଡା, ସତ୍ୟଜିତ କର, ପ୍ରଭାତ ପଟ୍ଟନାୟକ, ଅନିତା ଦାଶ, ଜେ.ମନୋହରଣ, ପ୍ରବୀର ଗୋୟଲ, ମନୋରଞ୍ଜନ ଯାଦବ, ଆକାଶ ଅଗ୍ରୱାଲ, ପ୍ରଶାନ୍ତ କୁମାର ପଣ୍ଡା, ମନୋଜ ଦାଶ ପ୍ରମୁଖ ଯୋଗଦେଇ ନିଜନିଜ ମତ ପ୍ରକାଶ କରିଥିବା ବେଳେ ଡ଼ା. ଜୟ କୁଟି ଧନ୍ୟବାଦ ଅର୍ପଣ କରିଥିଲେ।