ଭୁବନେଶ୍ବର: କିଛି ଦିନ ହେଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଶୁ ପକ୍ଷୀଙ୍କ ମୃତ୍ୟୁ ବଢ଼ି ଚାଲୁଥିବା ଦେଖାଯାଇଛି। ବୁଧବାର ଏକ ମାଇ ଗୋଲ୍ଡେନ୍ ପିଜାଣ୍ଟର ମୃତ୍ୟୁ ହୋଇଛି । ଏହି ପକ୍ଷୀ ଦୀର୍ଘଦିନ ହେବ ଅଣ୍ଡକୋଷ ଓ ମଳଦ୍ୱାର ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୨୩ଟି ଗୋଲ୍ଡେନ ପିଜାଣ୍ଟ ପକ୍ଷୀ ଅଛନ୍ତି ।