ରାୟଗଡ: ରାଜସ୍ୱ ପର୍ଷଦ, ଓଡିଶାଙ୍କ ନିର୍ଦ୍ଦେଶ ମୂତାବକ ଦକ୍ଷିଣାଂଚଳ ରାଜସ୍ୱ କମିଶନର, ବ୍ରହ୍ମପୁରଙ୍କ ଦ୍ୱାରା ଭିଡିଓ କନଫ୍ରେସିଙ୍ଗ୍ ମାଧ୍ୟମରେ ଜିଲ୍ଳାପାଳ,ରାୟଗଡଙ୍କ ଏନଆଇସି କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଥିବା ସମୁଦାୟ ୭୭୪୯ ଗୋଟି କିଷମ ଓ ୭୫୦ ଗୋଟି ସତ୍ୱକୁ କମାଇ ଯଥାକ୍ରମେ ୧୨ ଗୋଟି କିଷମ ଓ ୫ ଗୋଟି ସତ୍ୱ କରାଯିବା ପାଇଁ ଉକ୍ତ ବୈଠକର ମୁଖ୍ୟ ବିଷୟ ବସ୍ତୁ ରହିଥିଲା । ଦକ୍ଷିଣାଂଚଳ ରାଜସ୍ୱ କମିଶନର, ବ୍ରହ୍ମପୁରଙ୍କ ଅନୁରୋଧ କ୍ରମେ ବିଷମକଟକ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ସମେତ ଜିଲ୍ଳାର ଗୁଣପୁର, ବିଷମକଟକ ଓ କଲ୍ୟାଣସିଂହପୁର ୩ଟି ତହସିଲର ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ ।
ସେହିପରି ରାୟଗଡ ତହସିଲର ରାଜସ୍ୱ ପରିଦର୍ଶକ ଓ କାଶିପୁର ତହସିଲର ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହିଥିଲେ । ଜିଲ୍ଳାରେ ପ୍ରଚଳିତ ଥିବା ସମୁଦାୟ ୧୭୩ ଗୋଟି କିଷମ ଓ ୫୬ ଗୋଟି ସତ୍ୱକୁ ରାଜସ୍ୱ ପର୍ଷଦ, ଓଡିଶାଙ୍କ ଦ୍ୱାରା ପ୍ରସ୍ତାବିତ ୧୨ ଗୋଟି କିଷମ ଓ ୫ ଗୋଟି ସତ୍ୱରେ ରଖାଯିବା ପାଇଁ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଆଦେଶ ମୁତାବକ ସମୀକରଣ ପ୍ରସ୍ତୁତ କରାଯାଇଥିଲା ଓ ପ୍ରସ୍ତାବ ରଖାଯାଇଥିଲା । ଉକ୍ତ ବୈଠକରେ ରାଜସ୍ୱ ପର୍ଷଦଙ୍କ ଦ୍ୱାରା ସବିଶେଷ ଆଲୋଚନା କରାଯାଇଥିଲା ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in