ସ୍ବାଧୀନତାର ୭୪ ବର୍ଷ ପରେ ବିଜୁଳି ଆଲୁଅ ଦେଖିଲା ଆଦିବାସୀ ପଲ୍ଲୀ ମାଟିବେଡା

ଉଦଘାଟନ କଲେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡୁରୀ ପଞ୍ଚାୟତ ଅନ୍ତର୍ଗତ ମାଟିବେଡା ଗାଁରେ ସ୍ବାଧୀନତାର ୭୪ ବର୍ଷ ପରେ ବିଜୁଳି ସଂଯୋଗ ହୋଇଛି। ବିଜୁ ଯୁବ ଜନତାଦଳ ଜିଲ୍ଲା ସମ୍ପାଦକ ଲବଣିଧର ମହାନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୁଳି ସଂଯୋଗ ପାଇଁ ଉଦଘାଟନ କରିଥିଲେ।

ଗୁଣ୍ଡୁରୀ ପଞ୍ଚାୟତ ସରପଞ୍ଚ ପୁରୋହିତ ମାଝୀ, ବିଜେଡି ଗୁଣ୍ଡୁରୀ ପଞ୍ଚାୟତ ସଭାପତି ଚୈତନ୍ୟ ମହାନନ୍ଦ, ବିଜେଡି ଯୁବ କର୍ମୀ ଶିବରାମ ପାତ୍ର, ଗ୍ରାମର ୱାଡ଼ ମେମ୍ବର ଓ ଭଦ୍ରବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଗତ ୨୦୧୯ ଅଗଷ୍ଟ ମାସରେ ଯୁବ ସମ୍ପାଦକ ଶ୍ରୀ ମହାନନ୍ଦ ଗୁଣ୍ଡୁରୀ ପଞ୍ଚାୟତ ଦୁର୍ଗମାଞ୍ଚ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ। ଏହି ସମୟରେ ତିନି ଶହରୁ ଉର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ମାଟିବେଡା ଗ୍ରାମର କୁନିକୁନି ଛାତ୍ରଛାତ୍ରୀ ମାନେ ଡିବିରି ଆଲୁଅରେ ପାଠ ପଢିବା ଅସୁବିଧା ହେଉଥିବା ଜଣାଇଥିଲେ। ଏହା ପରେ ସଂପାଦକ ଶ୍ରୀ ମହାନନ୍ଦ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ଦିଶାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ମାଟିବେଡା ଗ୍ରାମରେ ବିଜୁଳି ସଂଯୋଗ ହୋଇଥିବା ଯୋଗୁଁ ଆଲୋକ ଦେଖି ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କଠାରେ ଖୁସିର ଲହରୀ ଖେଳିଯାଇଥିଲା ଓ ବିଧାୟକ ଶ୍ରୀ ଦିଶାରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ, ଲାଞ୍ଜିଗଡ଼ ବ୍ଲକର ଏହି ଅବହେଳିତ ଗ୍ରାମ ‘ମାଟିବେଡା’ର ବିଭିନ୍ନ ସମସ୍ୟା ସମନ୍ଧରେ ‘ଓଡ଼ିଆ ବାର୍ତ୍ତା’ରେ ‘ନାହିଁ ନାହିଁର ଗାଁ ମାଟିବେଡା ତା’ରି ନାଁ’ ଶିର୍ଷକ ସହ ଅନେକ ଖବର ପ୍ରକାଶିତ ହୋଇଛି। ତେବେ ବ୍ଲକ ପ୍ରଶାସନର ଆଢ଼ୁଆଳରେ ରହି ଯାଇଛି ଏହି ଆଦିବାସୀ ପଲ୍ଲୀ। ତେଣୁ ଏହାର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରଶାସନ ନଜର ଦେବା ଜରୁରୀ ହୋଇପଡିଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.