କ୍ଷୀର ଗାଡି ଧକ୍କାରେ ବାଇକ ଆରୋହୀ ମୃତ

କ୍ୟାସିଅର ଓ ଖଲାସି ଥାନାରେ ଅଟକ, ଭ୍ୟାନ ଡ୍ରାଇଭର ଫେରାର

ରାୟଗଡ: ୩୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି ଜଣେ ୬୦ବର୍ଷିୟ ବୃଦ୍ଧ । ରାୟଗଡ ସହରର ତୁମ୍ବିଗୁଡା ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ମୃତକ ଜଣକ ହେଲେ ରାୟଗଡ ସହର ସ୍ଥିତ ସାଇପ୍ରିୟା ନଗରର ମଣି ପ୍ରଧାନ (୬୦) । ଘଟଣାରେ ପୋଲିସ ୨ଜଣକୁ ଅଟକ ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡି ଡ୍ରାଇଭର ଫେରାର ଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ ମିଳିଥିବା ସୂଚନା ପ୍ରକାରେ ସାଇପ୍ରିୟା ନଗରରେ ରହୁଥିବା ମଣି ପ୍ରଧାନ ସାଇ ଇଂଟରନ୍ୟାସନାଲ ଛକ ଠାରେ ଥିବା ନିଜ ଟାୟାର ମରାମତି ଦୋକାନ ଖୋଲିବା ପାଇଁ ନିଜ ବାଇକ (ଓଆର-୧୮ ୭୨୮୨ ) ଯୋଗେ ୩୨୬ ନମ୍ବର ଜାତୀୟ ରାଜପଥର ତୁମ୍ବିଗୁଡା ଛକ ନିକଟରେ ପଂହଚିଥିବା ବେଳେ ଜେକେପୁରରୁ ରାୟଗଡ ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ କ୍ଷୀର ଭ୍ୟାନ (ଏପି ୩୯ଭି ୫୧୪୮) ପଛପଟୁ ବାଇକକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ରାସ୍ତାରେ ଛିଟିକି ପଡିଥିଲେ ବାଇକ ଆରୋହୀ ମଣି ପ୍ରଧାନ । ଦୁର୍ଘଟଣା ଦେଖି ସ୍ଥାନୀୟ କିଛି ଲୋକେ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ମଣି ପ୍ରଧାନଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେବା ସମୟରେ ଅଧାବାଟରେ ତାଙ୍କ ମୃତ୍ୟୁ ହୋଇଥିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ରାୟଗଡ ଥାନା ପୋଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣା ଘଟାଇଥିବା କ୍ଷୀର ଭ୍ୟାନକୁ ଜବତ କରିବା ସହ ଭ୍ୟାନରେ ବସିଥିବା କ୍ୟାସିଅର ଓ ଖଲାସି ୨ଜଣଙ୍କୁ ଥାନାରେ ଆଣି ଅଟକ ରଖିଥିବା ବେଳେ ଭ୍ୟାନ ଡ୍ରାଇଭର ଆପାନ୍ନା ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.