ଜେଇ ମୁଖ୍ୟ ପରୀକ୍ଷା ପାଇଁ ରାୟଗଡ ଜିଲ୍ଲାରୁ ଗଲେ ୧୦ଜଣ ପରୀକ୍ଷାର୍ଥୀ

ରାୟଗଡ: ଜେଇ ମୁଖ୍ୟ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ମାସ ୧ ତାରିଖରୁ ୪ ତାରିଖରେ ଅନୁଷ୍ଠିତ ହେଉଥିବାରୁ ରାୟଗଡା ଜିଲ୍ଲାରୁ ୧୦ ଜଣ ପରୀକ୍ଷାର୍ଥୀଙ୍କୁ ଗଞ୍ଜାମ ଓ ଭୁବନେଶ୍ୱରକୁ ପଠାଇଲା ରାୟଗଡା ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଵତନ୍ତ୍ର ବସ ଯୋଗେ ଜିଲ୍ଲା ଶିଳ୍ପ ପଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ୧୦ ଜଣ ପରୀକ୍ଷାର୍ଥୀଙ୍କ ସହିତ ତାଙ୍କ ଅଭିଭାବକଙ୍କୁ ପଠାଯାଇଛି। ଏହି ୧୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ଜଣ ବ୍ରହ୍ମପୁର ଠାରେ ପରୀକ୍ଷା ଦେବେ ଓ ବାକି ୬ ଜଣ ପରୀକ୍ଷାର୍ଥୀ ଭୁବନେଶ୍ୱରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ଦେବେ। ରବିବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ପତାକା ଦେଖାଇ ବସ ଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳେଇ, ଆଇଟିଆଇ ଅଧ୍ୟକ୍ଷ ଅତୂଲ୍ୟ କୁମାର ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.