୬୭ଜଣ ପଜିଟିଭ୍ ଚିହ୍ନଟ ପରେ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୫୨୦୮

ରାୟଗଡ: ରାୟଗଡ ଜିଲ୍ଳାରେ ଶନିବାର ଦିନ ୬୭ଜଣ ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ବର୍ତମାନ ଜିଲ୍ଳାରେ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨୦୮କୁ ଛୁଇଁଥିବା ନେଇ ଜିଲ୍ଳା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ୬୭ଜଣଙ୍କ ମଧ୍ୟରେ ୪୪ଜଣ ପୁରୁଷ ଓ ୨୩ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ୫୨୦୮ଜଣ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରେ ୪୫୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୭୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସମସ୍ତ ଚିହ୍ନଟ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ ଏଥିରେ ୭ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ କଂଟାକ୍ଟ ଟ୍ରେସିଂରୁ ୪୪ଜଣ ଓ ଆଇଏଲଆଇ/ସାରି ଲକ୍ଷଣ ଥିବା ୨୬ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ଜିଲ୍ଳାରେ ୫୮୩ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ୪୪୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୫ଜଣ ସକ୍ରିୟ ହୋଇ ଚିକିତ୍ସିତ ହେଉଛନ୍ତି । ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରେ ଜିଲ୍ଳାର ପଦ୍ମପୁର ବ୍ଳକ ୧୫, ରାୟଗଡ ପୈାରାଂଚଳରୁ ୧୪, ଗୁଣପୁର ପୈାରାଂଚଳରୁ ୯, କାଶିପୁର ବ୍ଳକରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଗୁଡାରୀ, କୋଲନରା ଓ ରାୟଗଡ ଏବଂ ଗୁଣପୁର ଗ୍ରାମାଂଚଳରୁ ୩ଜଣ ଲେଖାଁଏ, ଚନ୍ଦ୍ରପୁର, ମୁନିଗୁଡା ଓ ରାମନାଗୁଡା ବ୍ଳକରୁ ଜଣେ ଲେଖାଁଏ ମୋଟ ୬୭ଜଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ରାୟଗଡ ଜିଲ୍ଳାରେ ପଜିଟିଭ୍ ବୃଦ୍ଧି ହାର ୧୮.୦୮ପ୍ରତିଶତ, ସୁସ୍ଥତା ହାର ୮୬.୫୬ ପ୍ରତିଶତ ଓ ସକ୍ରିୟ ହାର ୧୨.୯୨ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ୦.୫୨ପ୍ରତିଶତ ରହିଛି ।

Omkar Vasthu
Omkar Vasthu

ରାୟଗଡ଼ରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.