ଜେଇଇ ପରୀକ୍ଷାର୍ଥୀଙ୍କୁ ‘ଓଡିଶା ମୋ ପରିବାର’ ପକ୍ଷରୁ ଆତିଥେୟତା ପ୍ରଦାନ

ବାଲେଶ୍ଵର: (କୃଷ୍ଣ କୁମାର ମହାନ୍ତି) କୋଭିଡ ଓ ବନ୍ୟା ସ୍ଥିତିରେ ଜେଇଇ ମେନ ପରୀକ୍ଷାର୍ଥୀମାନଙ୍କ ସୁବିଧାକୁ ପ୍ରାଥମିକତା ଦେଇ ‘ଓଡ଼ିଶା – ମୋ ପରିବାର’ ତରଫରୁ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ନିକଟରେ ହେଲପ-ଡେକସ୍ ଖୋଲା ଯାଇ ସେମାନଙ୍କୁ ସହାୟତା ପ୍ରଦାନ କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲେଶ୍ଵର ଜିଲ୍ଲା ଦାୟିତ୍ଵରେ ଥିବା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶନାରେ ବାଲେଶ୍ଵର ପରୀକ୍ଷା କେନ୍ଦ୍ରରେ ଯଥାରୀତି ସହାୟତା ପ୍ରଦାନ କରା ଯାଇଥିଲା। ସଂଗଠନର ଜିଲ୍ଲା ସଂଯୋଜକ ମହମ୍ମଦ ସାହିରୁଲ ହକ୍ ଙ୍କ ନେତୃତ୍ବରେ ଗତ ୬ ଦିନ ଧରି ସହାୟତା ଯୋଗାଇ ଦିଆ ଯାଉଥିବା ବେଳେ ଏଥିରେ ବିଜୁ ଜନତା ଦଳର ଛାତ୍ରନେତା ତଥା ଫକୀର ମୋହନ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ସଭାପତି ଶୁଭମ୍ ସାଇ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ବହୁ ଛାତ୍ରନେତା ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରରେ ସ୍ଵେଚ୍ଛାକୃତ ଭାବେ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଏହି କ୍ରମରେ ବାଲେଶ୍ଵର ସ୍ଥିତ ବିସିଇଟି କଲେଜରେ ଛାତ୍ରନେତା ହ୍ରିତିକ୍ ନାୟକ, ଅଭିଜିତ ବିଶ୍ଵାଳ, ରିମା ଯୋଶେଫ୍, ସୁଦୀପ୍ତା ଦାସ, ଅଭିଜିତ ଦାସ, ଜଗନ୍ନାଥ ବେହେରା, ଶୁଭ୍ରଜିତ ପରିଡ଼ା, କୈଳାସ, ଶୁଭ୍ରାଂଶୁ ରଣା ପ୍ରମୁଖ ପରୀକ୍ଷାର୍ଥୀଙ୍କୁ ପାଣି ବୋତଲ, ଶୁଖିଲା ଖାଦ୍ୟ, ସାନିଟାଇଜର ଆଦି ବଣ୍ଟନ କରିଥିଲା ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.