ଭୁବନେଶ୍ଵର: ବିଶ୍ବ ମାନବାଧିକାର ସୁରକ୍ଷା ସଂଗଠନ ପକ୍ଷରୁ ଭୁବନେଶ୍ୱର ଠାରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘କୋଭିଡ୍-୧୯ ଏବଂ ମାନବ ଅଧିକାର, ବିଶ୍ଵ ପରିପ୍ରେକ୍ଷୀରେ ଭାରତର ପ୍ରତିଷ୍ଠା’ ଶିର୍ଷକ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ମାନବାଧିକାର ସଂଗଠନରେ ଉଲ୍ଲେଖନୀୟ ଅବଦାନ ପାଇଁ ଓ୍ବାର୍ଲଡ ହ୍ବୁମାନ ରାଇଟ୍ସ ର ସ୍ପେସାଲ କୋର୍ଡିନେଟର (କେବିକେ) ବୀର କିଶୋର ପରିଡାଙ୍କୁ ହାର୍ପୋ ଏକ୍ସିଲେନ୍ସ ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା। ସଂଗଠନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡକ୍ଟର ଅଭିନ୍ନ ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏଆଇଏମ ର ପ୍ରାକ୍ତାନ ନିର୍ଦେଶକ ଡକ୍ଟର ଅଶୋକ ମହାପାତ୍ର, ଇଲେକ୍ସନ କମିସନ ଅଫ ଇଣ୍ଡିଆ ର ପ୍ରାକ୍ତନ ଉପଦେଷ୍ଟା ଡକ୍ଟର ଭଗବାନ ପ୍ରକାଶ, ଦକ୍ଷିଣ ଆଫ୍ରିକା କମିଶନର ଉପଦେଷ୍ଟା ଶରତ ପ୍ରଧାନ, ବିଶିଷ୍ଟ ଉଦ୍ୟୋଗପତି ପ୍ରବୋଧ ମହାନ୍ତି, ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।