ଶହୀଦ ଆନନ୍ଦଙ୍କ ପରିବାରକୁ ଦିଆଗଲା ୧୦ ଡେସିମିଲ ଜାଗା

ରାମନାଗୁଡା, (ଦିଲୀପ କୁମାର ପଣ୍ଡା): ୬୧ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଗୁଣୁପୁର ଥାନା ଅନ୍ତର୍ଗତ ରାମନାଗୁଡା ପୋଲିସ ଫାଣ୍ଡି ଠାରେ ଶହୀଦ ଯବାନ ଆନନ୍ଦ ମାଣ୍ଡାଙ୍ଗିଙ୍କ ବୀରତ୍ବକୁ ମନେ ପକାଇରାମନାଗୁଡା ପୋଲିସ ପକ୍ଷରୁ ସହିଦ ଦିବସ ପାଳନ କରାଯାଇଥିଲା। ୨୦୦୯ମସିହାରେ ରାୟଗଡ଼ା ପୁଲିସର କାର୍ଯ୍ୟରତ ଥିବା ସମୟରେ ନଭେମ୍ବର ୧୦ତାରିଖରେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଆନନ୍ଦ ମାଣ୍ଡାଙ୍ଗିଙ୍କ ପରିବାର ଜାଗା ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

ସୂଚନା ଥାଉକି ତାଙ୍କ ବୀରତ୍ବ ତଥା ସାହସିକତାକୁ ମନେ ପକାଇ ଅମର ଆତ୍ମାକୁ ସଦଗତି ଓ ସ୍ମୃତିକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇବା ନେଇ ରାମନାଗୁଡା ପୋଲିସ ଫାଣ୍ଡି ପକ୍ଷରୁ ଆୟୋଜିତ ହୋଇଥିଲା ସ୍ମୃତିସଭା। ରାମନାଗୁଡା ପୋଲିସ ଫାଣ୍ଡି ପରିସରରେ ଆୟୋଜିତ ସ୍ମୃତିସଭାରେ ଗୁଣୁପୁର ଏସଡିପିଓ ରାଜକିଶୋର ଦାଶ ଓ ତତ୍କାଳୀନ ଗୁଣୁପୁର ଥାନାଧିକାରୀ ରଶ୍ମି ରଞ୍ଜନ ପ୍ରଧାନ, ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଙ୍କ ସହ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ ଶହୀଦ ଆନନ୍ଦ ମାଣ୍ଡାଙ୍ଗି ୧୯୮୫ମସିହା ମେ ୩ତାରିଖ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୦୮ମସିହା ଫେବୃଆରୀ ୪ତାରିଖରେ ପୁଲିସ ବିଭାଗରେ ଏସପିଓ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ୨୦୦୯ମସିହା ନଭେମ୍ବର ୧୦ତାରିଖ ରାତି ପ୍ରାୟ ୧୧ଘଣ୍ଟା ୩୦ମିନିଟ ସମୟରେ ପାଣ୍ଡତୋଳା ଗ୍ରାମରେ ବିଶ୍ରାମ ନେବା ସମୟରେ ମାଓବାଦୀଙ୍କ ଶିକାର ହୋଇଥିଲେ। ଶହୀଦ ଆନନ୍ଦ ବଳିଦାନ ସ୍ମୃତି ଉଦ୍ଦେଶ୍ୟରେ ପୋଲିସ ବିଭାଗ ପକ୍ଷରୁ ସ୍ମୃତି ଉଦ୍ଦେଶ୍ୟରେ ସଭା ଆୟୋଜନ କରାଯାଇଛି।ସେହିପରି ଶହୀଦଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ଜାଗା ଯୋଗାଇଦେବା ପାଇଁ ଏସଡିପିଓ ଶ୍ରୀ ଦାଶ ପ୍ରତିଶ୍ରୁତି ଦେଇଥିଲେ।

Udyog Nursery
Udyogi Nursery

ଏବେ ତାହାର ଅନ୍ତ ଘଟିଛି ଗୁଣୁପୁର ଉପଖଣ୍ଡ ଅଧିକ୍ଷକ ରାଜ କିଶୋର ଦାଶ ଙ୍କ ପ୍ରତିଶୃତି ମୁତାବକ ରାଜସ୍ୱ ବିଭାଗ ପକ୍ଷରୁ ରାମନାଗୁଡା ସର୍କଲର ପାରୀକ୍ଷିତି ମୌଜା ରେ ସ୍ଥାନ ନିରୂପଣ କରି ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଓ କର୍ମଚାରୀ, ରାଜସ୍ୱ ବିଭାଗ ର ରାମନାଗୁଡା ସର୍କଲ ର ରାଜସ୍ୱ ନିରୀକ୍ଷକ ଭବାନୀ ଶବର, ଅମିନ ରାମଲତା ମାଣ୍ଡାଙ୍ଗିଙ୍କ ସହଯୋଗରେ ଜାଗା ଚିହ୍ନଟ କରି ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.