କିଡିଙ୍ଗ ଠାରେ ଓଡିଶା ପୁଷ୍ଟି ମହୋତ୍ସବ ପାଳିତ

ଲାଞ୍ଜିଗଡ, (ଦୁଃଖିଶ୍ୟାମ ନାଗ): ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ଅଧିନସ୍ଥ କିଡିଙ୍ଗ ଗ୍ରାମ ଠାରେ ଓଡିଶା ଜୀବିକା ମିଶନ ଦ୍ୱାରା ପୁଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ଟଙ୍କଧର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି କିଡିଙ୍ଗ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଅକୁର ତାଣ୍ଡି, ଏ ଏନ୍ ଏମ୍ ସୁଷମା ଦାସ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ସାମ୍ବାଦିକ ନିଲେଶ କୁମାର ନାଗ, ଯୁବ ସମାଜସେବୀ ଇଶ୍ଵର ବଗର୍ତ୍ତି, ସିମାଞ୍ଚଳ ସଗରୀଆ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ତରୁଣୀ ପୋଡ଼, ଲଳିତା ଶବର, ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu


ଏଥିରେ ୧୩ ଟି ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ଅଞ୍ଚଳରେ ଉପଲବ୍ଧ ଓ ଖାଉ ଥିବାଖାଦ୍ୟ, ପନିପରିବା, ପିଠା , ଲଡୁ, ଫଳ, ଅଣ୍ଡା, ମାଛ, ବିଭିନ୍ନ ଶାଗ, ଡାଲି ଇତ୍ୟାଦି ପ୍ରଦର୍ଶନ କରି ଉପସ୍ଥାପନା କରିଥିଲେ। ଏମ୍ ବି କେ ସନ୍ତୋଷିନୀ ଗହିରଙ୍କ ନେତୃତ୍ୱରେ ସି ଆର୍ ପି ପୂର୍ଣ୍ଣମୀ ବଗର୍ତ୍ତି,ମାନଶୀ ଗହିର,ଧରଣୀ ଗହିର,ପଙ୍କଜିନୀ ନିଆଲ,ଲିଲି ମହାଖୁଡ, ଟେବନ୍ତି ଗଉଡ, ସରସ୍ବତୀ ନାୟକ, ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ନଗଡା ଅପପୁଷ୍ଟି ଜନିତ ଶିଶୁ ମୃତ୍ୟୁ ର ଉଦାହରଣ ଦେଇ ପରବର୍ତ୍ତୀ ସମୟରେ ଯେପରି କୌଣସି ଶିଶୁ ଅପପୁଷ୍ଟି ଜନିତ ରୋଗରେ ପୀଡିତ ନ ହୁଅନ୍ତୁ ସେଥିପ୍ରତି ଏମ୍ ବି କେ ସନ୍ତୋଷିନୀ ଗହିର କହିଥିବା ବେଳେ ଏ ଏନ୍ ଏମ୍ ସୁଷମା ଦାସ ଜଣେ ଗର୍ଭବତୀ ପ୍ରସ୍ତୁତି ମହିଳା ଠିକ୍ ଭାବରେ ତା’ର ଯତ୍ନ ନେବା ସହ ସବୁଜ ପନିପରିବା ମାଛ, ମାଂସ, ଅଣ୍ଡା, ଦୁଧ ଇତ୍ୟାଦି ପ୍ରଚୁର ପରିମାଣରେ ଖାଇଲେ ତା’ର ସୁସ୍ଥ ସବଳ ନବଜାତ ଶିଶୁ ହୋଇପାରିବ। ଶିଶୁ ଜନ୍ମ ହେବାପରେ ସର୍ବ ପ୍ରଥମେ ମା ତା’ର କସା କ୍ଷିର ଶିଶୁକୁ ଦେବା ନିତ୍ୟାନ୍ତ ଆବଶ୍ୟକ ବୋଲି ବୁଝାଇ କହିଥିଲେ।


ଆମେ କେବଳ ଖାଦ୍ୟ ପନିପରିବା, ଫଳର ପ୍ରଦର୍ଶନ କଲେ ହେବ ନାହିଁ ଏହି ପ୍ରଦର୍ଶନୀର ଉଦେଶ୍ୟକୁ ହୃଦୟଙ୍ଗମ କରି ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଓ ମହତ୍ୱକୁ ବୁଝିବାକୁ ହେବ ବୋଲି ସରପଞ୍ଚ ଶ୍ରୀଯୁକ୍ତ ଟଙ୍କଧର ମାଝୀ ପ୍ରକାଶ କରିଥିଲେ। ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଏମ୍ ବି କେ ସନ୍ତୋଷି ଗହିର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.