୩୨୬ ନଂ ଜାତୀୟ ରାଜପଥରେ ପରିବହନ ସେବା ବାଧାପ୍ରାପ୍ତ: ଜନ ଆନ୍ଦୋଳନ କରିବାକୁ BSPର ଚେତାବନୀ

ରାବନାଗୁଡା, (ଦିଲୀପ କୁମାର ପଣ୍ଡା): ରାଞ୍ଚି ବିଜୟୱାଡା ମୁଖ୍ୟ କରିଡର ରାସ୍ତା ଭାୟା ବିଷମ କଟକ – ଥେରୁବାଲି ଦେଇ ଯାଉଥିବା ୩୨୬ ନମ୍ବର ଜାତୀୟ ରାଜପଥ ବିଷମ କଟକ ଠାରୁ ରାୟଗଡା ସଦର ମହକୁମାକୁ ହେଲେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିକାର ନହେଲେ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ରାୟଗଡ଼ା ଜିଲ୍ଲା ବହୁଜନ ସମାଜ ବାଦୀ ପାର୍ଟି (ବିଏସପି)।

Omkar Vasthu
Omkar Vasthu


ଏହି ଜାତୀୟ ରାଜପଥର ଚାଟିକଣା, ଥେରୁବାଲି, ଜେଜେ ପୁର ଦେଇ ଦେଇ ଯାତାୟାତ କରୁଥିବା ଶହ ଶହ ସଂଖ୍ୟାରେ ବଡ଼ ବଡ଼ ଗାଡି ଯିବାଆସିବାରେ ବହୁ ଅସୁବିଧା ହେଉଥିବା ଜଣାପଡିଛି। ରାୟଗଡା ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ଏହି ରାସ୍ତାର ଅବ୍ୟବସ୍ଥା ପାଇଁ ରାଜ୍ୟସରକାର ଏବଂ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି ରାୟଗଡା ଜିଲ୍ଲା ବିଏସପି ସଭାପତି ଜିତୁ ଜାକାଶିକା।

Pearl dental clinic
Near Ashish Medical Store, Bhawanipatna


ଦୁର୍ଘଟଣା ଭଳି ଖବର ସମ୍ନାକୁ ଆସିଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର କିମ୍ଵା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଉଦାସୀନତା ମନୋଭାବ ଦେଖା ଯାଉନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରୁନି। ଏହି ଜାତୀୟ ରାଜପଥ ମରାମତି ଶୀଘ୍ର ମରାମତି କରାନଗଲେ ଭବିଷ୍ୟତରେ ଜିଲ୍ଲା ବହୁଜନ ସମାଜବାଦୀ ପାର୍ଟି ଅଣ୍ଟା ଭିଡ଼ିଲାଣି। ତେଣୁ ତୁରନ୍ତ ଏହି ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.