ଭାରତୀୟ ମଜଦୁର ସଂଘ ପକ୍ଷରୁ ପ୍ରବାସୀ ଓ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ

ରାବନାଗୁଡା, (ଦିଲୀପ କୁମାର ପଣ୍ଡା): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ବିଶ୍ୱାକର୍ମା ମଜଦୁର ସଂଘ ଏବଂ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ଦ୍ୱାରା ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ , (ଭୁବନେଶ୍ବର)ର ରାୟଗଡ଼ା ଶାଖା ରେ ପଞ୍ଜିକୃତ ଶହେରୁ ଊର୍ଦ୍ଧ ପ୍ରଭାସୀ ଶ୍ରମିକ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

ଏହି ଉପଲକ୍ଷେ କାଶିପୁର ବ୍ଳକ ଟିକିରି ଗ୍ରାମସ୍ଥିତ ସୋରିଷପଦର ଛକ ଠାରୁ ଭାରତୀୟ ମଜଦୁର ସଂଘର କାଶିପୁର ବ୍ଲକ ସଭାପତି ବିଜୟ ଦାସଙ୍କ ସଭାପତିତ୍ବରେ ଆୟୋଜିତ ପରିଚୟ ପତ୍ର କାଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଶ୍ରମ ବିଭାଗ ନିରିକ୍ଷକ ସଂଜୟ କୁମାର ରୋହିତ,  ମୁଖ୍ୟ ବକ୍ତା ଭାବେ ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତଥା ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ୍ଵର ଦାସ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂପାଦକ ଖଗେଶ୍ବର ସିଂ, ଜିଲ୍ଲା ଉପସଭାପତି ଶ୍ରୀ ମହନରାଓ ମାଝୀ, ଜଗନ୍ନାଥ ଉତ୍କଳ ଆଲୁମିନା ଶ୍ରମିକ ସଂଘର ସଭାପତି ଡମ୍ବରୁଧର ମାଝି ଯୋଗଦେଇ ଏକଶହରୁ ଊର୍ଦ୍ଧ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ।


କରୋନା ସମୟରେ ମୃତ୍ୟୁ ବରଣ କରିଥିବା ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ମହିଳା ଓ ପୁରୁଷ ଶ୍ରମିକମାନେ ଯୋଗଦେଇ ଥିଲେ। ଶେଷରେ ସମସ୍ତଙ୍କୁ ଉଷାରାଣୀ ଦାଶ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସାଂଗ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମହୋନ ରାଓ ମାଝୀ, ସନ୍ତୋଷ ପଟ୍ଟନାୟକ, ପ୍ରଭାକର ରତନାଲୁ , ବ୍ୟବସାୟ ମଜଦୂର ସଂଘର ଆନନ୍ଦ ରାଉଳ, ବିଶ୍ଵକର୍ମା ମଜଦୁର ସଂଘର ଜିଲ୍ଲା ସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ, ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ ଓ୍ବାକର୍ସ ଆସୋସିଏସନ ଗୈାରି ପଣ୍ଡା ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.