ବେଦାନ୍ତ ପକ୍ଷରୁ ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ

ଲାଞ୍ଜିଗଡ: ଲାଞ୍ଜିଗଡ ବେଦାନ୍ତ ପକ୍ଷରୁ ୨୦୨୦-୨୧ପ୍ରଥମ ପର୍ଯ୍ୟାୟ ନିଃଶୁଳ୍କ ମୋତିଆବିନ୍ଦୁ ଅସ୍ର୍ତ୍ରୋପଚାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବେଦାନ୍ତ ଡାକ୍ତରଖାନା, ସହକାରୀ ସ୍ୱାସ୍ଥ୍ୟସେବା ସଂସ୍ଥା ପୁନରଉତ୍ଥାନ ଓ ସୋନପୁର ସ୍ଥିତ ଲେପ୍ରା ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ସହଭାଗିତାରେ ଲାଞ୍ଜିଗଡ, ଚନ୍ଦନପୁର, ହରେକୃଷ୍ଣପୁର, ହରିହରପୁର, ନିଆଲି, ଲେପଟାଗୁଡା ପ୍ରମୁଖ ୧୯ଗୋଟି ଗାଁରୁ ୩୩ଜଣ ନେତ୍ରରୋଗୀଙ୍କୁ ଚିହ୍ନଟ କରାଯାଇ ଲେପ୍ରା ମହାନଦୀ ନେତ୍ରଚିକିତ୍ସାଳୟକୁ ପଠାଯାଇଛି ।ସେଠାରେ ରୋଗୀଙ୍କ ଆବଶ୍ୟକୀୟ ନେତ୍ର ପରୀକ୍ଷା କରି ଅସ୍ତ୍ରୋପଚାର କରାଯିବ ବୋଲି ବେଦାନ୍ତ ଡାକ୍ତରଖାନା ପକ୍ଷରୁ ସୁଚନା ଦିଆଯାଇଛି ।

Omkar Vasthu
Omkar Vasthu


ଶୁଭାରମ୍ଭ ଦିବସରେ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ ଓ ସିଏସଆର ମୁଖ୍ୟ ଡ.ନିଳାଦ୍ରି ଭୁଷଣ ପାଢି ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାକେଶ ମୋହନ ସମସ୍ତ ରୋଗୀଙ୍କୁ ସୁନ୍ଦର ସ୍ୱାସ୍ଥ୍ୟର କାମନା କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ଅନ୍ୟ ମାନଙ୍କ ମଧ୍ୟରେ ଡ.ଅକ୍ଷୟ କୁମାର ସାହୁ, ଆଡମିନ୍ ମୁଖ୍ୟ ଶୁଭଦର୍ଶନୀ ପାଇକରାଏ, ସିଏସଆର ଦିଲ୍ଲିପ ପ୍ରଜାପତି, ବେଦାନ୍ତ ମେଡିକାଲ ମ୍ୟାନଜର ଅମର କୁମାର ମହାନ୍ତି, ବେଦାନ୍ତ ମେଡିକାଲ ଦେବସ୍ମୀତା ଦାସ, ଡ.ପ୍ରଶାନ୍ତ ପରମାଣିକ ତଥା ରୋଗୀଙ୍କ ପରିଜନ ଓ ବେଦାନ୍ତ କର୍ମଚାରୀ ଓ ଡାକ୍ତରଖାନାର କର୍ମଚାରୀ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.