ଗଦଗଦା ଯାତ୍ରା: ଭକ୍ତଙ୍କ ଭାବାବେଗ ଆଗରେ ହାର ମାନିଲା କୋଭିଡ କଟକଣା

ରାମନାଗୁଡା: ଆଜି ପବିତ୍ର ମାଘ ପୂର୍ଣ୍ଣିମା ବା ଅଗିରା ପୁନେଇ। ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜ ଉଧାରଣ ବେଶ ଅନୁଷ୍ଠିତ ହେଉଥିବା ବେଳେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପେଣକାମ ପଂଚାୟତ ଅନ୍ତର୍ଗତ ତାମିଙ୍ଗି ଗ୍ରାମରେ ଅନୁଷ୍ଠିତ ହୋଇଥାଏ ଗଦଗଦା ଯାତ୍ରା। ଚଳିତ ବର୍ଷ କୋଭିଡ କଟକଣା ରହିଥିଲେ ମଧ୍ୟ ଭକ୍ତଙ୍କ ଭାବାବେଗ ଆଗରେ ହାର ମାନିଛି ସମସ୍ତ ପ୍ରକାର କଟକଣା। ରାମନାଗୁଡା ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ପକ୍ଷରୁ ଭକ୍ତଙ୍କ ସ୍ୱାସ୍ତ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇ ଲୋକଙ୍କୁ କୋଭିଡ କଟକଣା ସମ୍ପର୍କିତ ବିଷୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା।

Omkar Vasthu
Omkar Vasthu


ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଆଖି ଦୃଶିଆ ଭିଡ଼ ପରିଲକ୍ଷିତ ହୋଇନଥିବା ମଧ୍ୟ ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ନିମନ୍ତେ କମିଟି ତରଫରୁ ସାମାଜିକ ଦୂରତା ରକ୍ଷା କରି କମ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ପାଇଁ ଛଡା ଯାଉଥିଲା। ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।

Pearl dental clinic
Near Ashish Medical Store, Bhawanipatna


ଅଗନା ଅଗନି ବନସ୍ତ ମଧ୍ୟରେ ପଥର ଖୋଲ ଭିତରେ ମହାଦେବ ଲିଙ୍ଗ ରହିଛି। ଆଜିର ଦିନରେ ହିଁ ମହାଦେବ ଆପେ ଆପେ ଉପରକୁ ଉଠି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଜନ ସମାଗମ ଯେତେ ଅଧିକ ହୁଏ ଝରଣା ପାଣି ଗଦଗଦ ନାଦ କରି ମହାଦେବଙ୍କ ଉପରେ ପ୍ରବାହିତ ହୋଇଥାଏ। ତେଣୁ ଏହାକୁ ଗଦଗଦା ଯାତ୍ରା କୁହାଯାଏ। ମହାଦେବ ଭକ୍ତଙ୍କ ମାନବାଞ୍ଛା ପୂର୍ଣ୍ଣ କରୁଥିବାରୁ ମାନସିକ ଧାରୀ ମାନେ ଏଠାରେ ବୁଡ଼ ଦେବା ସହ ମୁଣ୍ଡନ ମଧ୍ୟ ହୋଇଥାନ୍ତି।

Udyog Nursery
Udyogi Nursery


ଆଜିର ଯାତ୍ରାକୁ କମିଟି ସଭାପତି ନବୀନ ପିପ୍ପଲି, ଯୋଗେନ୍ଦ୍ର ନିମାଲପୁରୀ, ଉପେନ୍ଦ୍ର ନିମାଲପୁରୀ, ଆରକା ମୋହନ, ସମ୍ବରା ଶବର, ରାମନାଗୁଡା ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା କରିବା ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନ ସହ ପରିଚାଳନା କରିଥିଲେ ।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.