ଯାଜପୁର ଜିଲ୍ଲା ଯାଦବ ମହାସଭାର ମହା ବନ୍ଧୁମିଳନ କାର୍ଯ୍ୟକ୍ରମ

ଯାଜପୁର: ବ୍ୟାସସରୋବର ଜଗନ୍ନାଥ ମନ୍ଦିର ପରିସରରେ ଯାଜପୁର ଜିଲ୍ଲା ଯାଦବ ମହାସଭାର ଏକ ମହା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସମସ୍ତ ବ୍ଲକ ଓ ମୁନିସିପାଲିଟିରୁ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୈଠକରେ ସାଙ୍ଗଠନିକ ଆଲୋଚନା ଓ ପଛୁଆ ବର୍ଗର ଜଣଗଣନା ବିଷୟରେ ଆଲୋଚନା ହୋଇଥିଲା। ଏହାସହ ଏ ବର୍ଷ ସୁଚାରୁ ରୂପେ ଦୋଳ ପର୍ବ ସମସ୍ତ ପଂଚାୟତରେ ହୋଇପାରିବ ସେ ନେଇ ବିଷଦ ଭାବେ ଆଲୋଚନା ହୋଇଥିଲା।

Udyog Nursery
Udyogi Nursery


ଆଗାମୀ ମାର୍ଚ୍ଚ ୬ ତାରିଖରେ ଏକ ବୈଠକର ଆୟୋଜନ କରାଯାଇ ସାଙ୍ଗଠନିକ ନିର୍ବାଚନ ଏବଂ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ ଯୁବ ଯାଦବ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ସଂଗଠନ ପକ୍ଷରୁ ବରିଷ୍ଠ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ।


ଆଲେକଜାଣ୍ଡାର ଦାସଙ୍କ ଆବାହକତ୍ଵରେ ଆୟୋଜିତ ଉକ୍ତ ବୈଠକରେ ବରିଷ୍ଠ ଯାଦବ ଡଃ କୁଶ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ। ବରିଷ୍ଠ ସଂଗଠକ ତଥା ଜାତିପ୍ରେମୀ ରାମଚନ୍ଦ୍ର ବେହେରା ଓ ରବୀନ୍ଦ୍ର ବେହେରାଙ୍କ ସହ ସଂଗଠନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.