ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ କାଶିପୁରରେ ପ୍ରଥମ ବୈଠକ

କାଶିପୁର: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଠାରେ ରାୟଗଡା ବାମସେଫ ତରଫରୁ ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ସମଗ୍ର ବିଶ୍ୱରେ ଅପ୍ରେଲ ୧୪ ତାରିଖରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ ହେବ। ଏଥିପାଇଁ ରାୟଗଡ ଜିଲ୍ଲା ସ୍ତରୀୟ ଉତ୍ସବ ପାଳନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାସହ  କେନ୍ଦ୍ର ସରକାରଙ୍କ ମନମୁଖୀ ନୀତିକୁ ସମାଲୋଚନା କରି ଏହାକୁ ତୀବ୍ର ବିରୋଧ କରିଛି ରାୟଗଡା ବାମସେଫ।ଏସଟି ଏସସି ଓବିସି ଓ ମାଇନୋରିଟି ସମସ୍ତେ ଏକ ହୋଇ ଏହାକୁ ଏହାକୁ ବିରୋଧ କରି କଲେକ୍ଟର ମହୋଦୟଙ୍କୁ ଅବଗତ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

Udyog Nursery
Udyogi Nursery

ଏହି ବୈଠକରେ ବାମସେଫ୍ ର ସଭାପତି ଅଭିମନ୍ୟୁ କନ୍ଧପାଣି, ସଂପାଦକ ମିନା ରାଓ ଉଲ୍ଲାକା, ଜନାର୍ଦ୍ଦନ ଗରଡ଼ା, ପୁରୁନ୍ଧର ପାଣି, ମହେନ୍ଦ୍ର ବିଭୋର, କର୍ଣ୍ଣ ବିଡ଼ିକା ଓ କାଶିପୁରରୁ ଆମ୍ବେଦକର ମିଶନ ସଭାପତି ଶ୍ରୀ ସୁବାଷ ନାୟକଙ୍କ ସମେତ ଗଜେନ୍ଦ୍ର ନାୟକ, ରତ୍ନାକର ନାଏକ, ଅନନ୍ତ ନାଇକ, ନବୀନ ନାଏକ, ଆଲାରାମ ଭତ୍ରା, ଅରୁଣ ଗରାଡ଼ା ଉପସ୍ଥିତ ରହି ବୈଠକକୁ ସଫଲ୍ୟ କରିଥିଲେ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.