ବ୍ଲକ ପ୍ରଶାସନ ପକ୍ଷରୁ ଭୁର୍ଟିଗଡ଼ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ପ୍ରଶାସନର ଅଭିନବ ପ୍ରୟାସ କ୍ରମରେ ଆଜି ଭୁର୍ଟିଗଡ଼ ଗ୍ରାମ ପଂଚାୟତରେ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି। ଭୁର୍ଟିଗଡ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଶିବିରରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡିଓ ବି.ବି. ଶତପଥୀ, ବିଏସ୍ଏସ୍ଓ ପିଏ ପୀତବାସ ସାହୁ, ପିଏ ଶଙ୍କର ପ୍ରସାଦ ସାହୁ, ଏମଜିଏନ୍ଆରଇଜିଏ ଆସିଷ୍ଟାଣ୍ଟ ଭୁଜନ ହାତୀ, ଓଡ଼ିଶା ଜୀବିକା ମିଶନ ବ୍ଲକ୍ ପ୍ରୋଗ୍ରାମ ମେନେଜର ସଂଜୀବ କୁମାର କହଁର, ଡବ୍ଲ୍ୟୁଇଓ ପଙ୍କଜ ବଳିୟାରସିଂହ, ଏମ୍ଆଇ ସନ୍ତୋଷ କୁମାର ପ୍ରଧାନ, କମର୍ଦ୍ଧା ଏଲ୍ଆଇ ମୋତିଲାଲ ନାଗ, ପଂଚାୟତ ନିର୍ବାହୀ ଅଧିକାରୀ ରୂପାଧର ଧରୁଆ, ଯୋଗାଣ ସହାୟକ ବନବାସ ପାତ୍ର, ସମିତି ସଭ୍ୟ ପ୍ରବାସୀ ନାଏକ, କନିଷ୍ଠ ଯନ୍ତ୍ରୀ ତପସ୍ମିତା ସାମନ୍ତରାୟ, ସରପଞ୍ଚ ଖୁସିରାମ ପାତ୍ର, ଆରଡବ୍ଲ୍ୟୁଏସ୍ଏସ୍ ବି.ଆର୍.ସି. ଅନନ୍ତ କୁମାର ସରାପ, ସି.ଆର୍.ସି.ସି. ସୁଧୀର କୁମାର ଧଙ୍ଗଡ଼ାମାଝୀ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.