ମହାମାରୀ ଦାଉରୁ ସଂସାରକୁ ରକ୍ଷା କରିବାକୁ ଅଲେଖ ନିରଞ୍ଜନଙ୍କ ପାଖରେ ପ୍ରାର୍ଥନା କଲେ ମହିମା ସନ୍ୟାସୀ

ସିଦ୍ଧ ରତ୍ନ କୁଟୀର ମହିମା ଆଶ୍ରମ ଟୋଲବ୍ରାହ୍ମଣୀରେ ବିଶ୍ଵ ଶାନ୍ତି ବ୍ରହ୍ମ ଯଜ୍ଞ ଓ ମହିମାମେଳା ଉଦଜାପିତ

କଳାହାଣ୍ଡି: ବିଶ୍ବର ମଙ୍ଗଳ ବିଧାନ ପାଇଁ ଦେଶର କୋଣ ଅନୁକୋଣରେ ‘ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ’ ଅନୁଷ୍ଠିତ ହେଉଛି। ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟୀର ମହିମାଶ୍ରମ ଠାରେ ୬୩ତମ ବିଶ୍ଵ ଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ମେଳା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ବ୍ରହ୍ମ ଯଜ୍ଞ ପୂର୍ଣ୍ଣାହୁତି ସହ ଆଜି (ରବିବାର) ଉଦଜାପିତ ହୋଇଯାଇଛି। ଏଥିରେ କୋଭିଡ୍ ନିୟମ ପାଳନ ପୂର୍ବକ କଳସ ଯାତ୍ରା, ବ୍ରହ୍ମ ଯଜ୍ଞ, ଆଠ ଭଜନ, ସତସଙ୍ଗ ଆଦି ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu


ଏହି ଅବସରରେ ମହାମାରୀ କରୋନା ପ୍ରକୋପରୁ ସଂସାରକୁ ରକ୍ଷା କରିବାକୁ ପରଂବ୍ରହ୍ମ ମହିମା ଅଲେଖ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ ସାଧୁ ସନ୍ଥ। ସାଧୁ ପ୍ରଭାକର ଦାସ ଓ ଅନ୍ୟାନ୍ୟ ସାଧୁ, ଭକ୍ତମାନେ ଖଞ୍ଜଣୀ ଭଜନ ପରିବେଷଣ ସହ ମହାମାରୀରୁ ସାରା ବିଶ୍ବକୁ ରକ୍ଷା କରିବାକୁ ପ୍ରଭୁଙ୍କ ନିକଟରେ ବିନୀତ ଭାବେ ପ୍ରାର୍ଥନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଶିଦ୍ଧ ରତ୍ନକୁଟିର ମହିମାଶ୍ରମ ଟୋଲବ୍ରାହ୍ମଣୀର ପିଠାଧିଶ ବ୍ରହ୍ମ ଅବଧୂତ ଭଗବାନ ବାବା, ବ୍ରହ୍ମ ଅବଧୂତ କପିଳେନ୍ଦ୍ର ବାବା ଓ ସାଧୁ କିଶୋର ଚନ୍ଦ୍ର ଦାସ ଯାଜ୍ଞିକ ଥିବାବେଳେ ସାଧୁ ମଧୁସୂଦନ ଦାସ, ସାଧୁ ପ୍ରଭାକର ଦାସ, ସାଧୁ କନ୍ଦର୍ପ ଦାସ, ସାଧୁ ସଦାନନ୍ଦ ଦାସ, ସାଧୁ ମଦନ ଦାସଙ୍କ ସମେତ ଅନେକ ସାଧୁସନ୍ଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Udyog Nursery
Udyogi Nursery


ପଣ୍ଡିତ ହେମରାଜ ଶାସ୍ତ୍ରୀଙ୍କ ସଂଯୋଜନାରେ ବ୍ରହ୍ମ ଅବଧୂତ ଭଗବାନ ବାବା ଓ କପିଳେନ୍ଦ୍ର ବାବା ସତ୍ୟ ସନାତନ ମହିମା ଧର୍ମ ଉପରେ ସାରଗର୍ଭକ ସତସଙ୍ଗ ସଦାଲୋଚନା କରିଥିଲେ। ଅଞ୍ଚଳର ଜନସାଧାରଣ ଏହି ସତସଙ୍ଗ ମାଧ୍ଯମରେ ମହିମା ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ଜାଣିବାକୁ ପାଇଥିଲେ।


ଦୁଇଦିନ ଧରି ଚାଲିଥିବା ଏହି ମହିମାମେଳାକୁ ଅଞ୍ଚଳର ଭକ୍ତବୃନ୍ଦ ଓ ଟୋଲବ୍ରାହ୍ମଣୀ ଗ୍ରାମବାସୀଙ୍କ ସହଯୋଗ କରିଥିଲେ। ଏହି ବ୍ରହ୍ମ ଯଜ୍ଞର କର୍ତ୍ତା ଭାବେ ବୈଦ୍ୟରାଜ ପବିତ୍ର ଶବର, ପଦ୍ମା ଶବର ଓ ପୁଷ୍ପା ଶବର ଥିବାବେଳେ ପଶ୍ଚିମାଞ୍ଚଳର ଅନେକ ସିଦ୍ଧ ବାବା, ସାଧୁ ଓ ମହିମାଧର୍ମାବଳମ୍ବୀଙ୍କ ସମାଗମ ହୋଇଥିଲା।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.