ସାମ୍ବାଦିକଙ୍କ ମାତୃ ବିୟୋଗରେ ବିଭିନ୍ନ ମହଲରେ ଶୋକ

ମୋହନା, (ଏସ ତ୍ରିପାଠୀ): ଗଜପତି ଜିଲ୍ଲାର ମୋହନାରେ କାର୍ଯ୍ୟରତ ପ୍ରତିନିଧି ଏସ୍ ତ୍ରିପାଠୀଙ୍କ ଶାଶୁଙ୍କ ଅଚାନକ ବିୟୋଗରେ ବାସସ୍ଥାନ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବିଭିନ୍ନ ମହଳରୁ ଶୋକର ବାର୍ତ୍ତ ପହଞ୍ଚିଛି। ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡ଼.ବୃଷକେତୁ ଦାଶ, ପ୍ରଧାନଶିକ୍ଷକ ଗଗନ କୁମାର ଦାଶ, ସାମ୍ବାଦିକ ଚିତ୍ତରଞ୍ଜନ ଦାଶ, ମନୋରଞ୍ଜନ ଦାଶ, ପଞ୍ଚାନନ ଦାଶଙ୍କ ମାତା ତଥା ଭାଇ ଜଗନ୍ନାଥ ଦାଶ ବଡ ମା ଧର୍ମପରାୟଣ ମହିଳା ମନୋରମା ଦାଶ(୭୫) ଙ୍କର ମାର୍ଚ୍ଚ ୨୬ ତାରିଖ ଅପରାହ୍ନ ୧.୩୦ରେ ଚିକିତ୍ସିତ ଅବସ୍ଥାରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲରେ ଦେହାନ୍ତ ଘଟିଯାଇଛି। ସେ ଦୁଇ ଦିନ ଧରି ଶ୍ଵାସ ରୋଗରେ ପୀତିତ ଥିଲେ। ତାଙ୍କର ଆକସ୍ମିକ ବିୟୋଗ ଖବର ଶୁଣି ବିଭିନ୍ନ ମହଳରେ ଶୋକର ଛାୟା ଖେଳିଯାଇଛି।

Omkar Vasthu
Omkar Vasthu


ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷା ଅନୀତା ରାଣୀ ବେହେରା, ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ସୃଷ୍ଟି ସମ୍ପାଦକ ମନୋଜ କୁମାର ଶତପଥି, ସଭାପତି ଅକ୍ଷୟ କୁମାର ଦାଶ, ଓଡ଼ିଶାବାର୍ତ୍ତା ସଂପାଦକ ମନୋଜ କାନ୍ତ ଦାଶ, ସମାଜ ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ, ଓଡିଶା ନିୟୁଜ ସମ୍ପାଦକ ଅନୀଲ କୁମାର ପଟ୍ଟନାୟକ, ଦି ଉତ୍କଳ ସମ୍ପାଦକ ସୁରେଶ ପଣ୍ଡାଙ୍କ ସମେତ ଜିଲ୍ଲା ପ୍ରତିନିଧି ଗୁରୁଡ଼ଧ୍ଵଜ ଚୌଧୁରୀ, ବିଧାନ ଚୌଧୁରୀ, ଭଗବତ ପାଢି, ତାରିଣୀ ପ୍ରସାଦ ପଣ୍ଡା, ରୂପେସ ସାହୁ, ଗଣେଶ ରାଜୁ, ବାସୁଦେବ ଆଚାର୍ଯ୍ୟ, ରଶ୍ଶୀରଞ୍ଜନ ମିଶ୍ର, ବିଜୟ ଗୌଡ଼, ଶିଶିର ଗୌଡ଼, ବାଳକୃଷ୍ଣ ପାଣିଗ୍ରାହୀ ଏବଂ ମୋହନା ସାମ୍ବାଦିକ ସଂଘର କର୍ମକର୍ତ୍ତାମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତତ୍ ସହିତ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ବ୍ଳକ କଲୋନି ସ୍ଥିତ ଦାଶ ପରିବାରଙ୍କ ବାସଭବନକୁ ରବିବାର ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ଯକ୍ଷ ଶ୍ରୀକାନ୍ତ ସାହୁ, ବ୍ଳକ ବିଜେଡି ସଭାପତି ମଦନଗୋପାଳ ଦୋରା, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ପାଢି ଯାଇ ଶୋକସନ୍ତପ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ଵନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.