ଏସୟୁଜେ(ଓ) ରାୟଗଡ ଜିଲ୍ଳା ଶାଖା ପକ୍ଷରୁ ୮୬ତମ ଉତ୍କଳ ଦିବସ ପାଳିତ

“ଆମେ ଓଡିଆ ଆମ ଭାଷା ଓଡିଆ” ଶୀର୍ଷକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ରାଜ୍ୟ ସାମ୍ବାଦିକ ୟୁନିୟନ, ଓଡିଶା(ଏସୟୁଜେ(ଓ) ରାୟଗଡ ଜିଲ୍ଳା ଶାଖା ତରଫରୁ ଏପ୍ରିଲ ୧ତାରିଖରେ ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାୟଗଡ ଜିଲ୍ଳା ଶାଖା ସଂଘ ସଭାପତି ଶିବ ନାରାୟଣ ଗଉଡଙ୍କ ସଭାପତିତ୍ୱରେ ରାୟଗଡ ସହରସ୍ଥିତ ମହାତ୍ମା ଗାନ୍ଧୀ ଶିଶୁ ଉଦ୍ୟାନ ସମ୍ମୁଖରେ ‘ଆମେ ଓଡିଆ-ଆମ ଭାଷା ଓଡିଆ’ ଶୀର୍ଷକ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu


ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୋଭିଡ-୧୯ଗାଇଡଲାଇନ୍ ନିୟମ ପାଳନ କରିବା ନିମନ୍ତେ ଏକ ସଚେତନତା ବାର୍ତା ସହ ଓଡିଆ ଭାଷା, ସାହିତ୍ୟ, ପରମ୍ପରା, ଐତିହ୍ୟ, କଳା ଓ ବୀରତ୍ୱକୁ ନେଇ ସମେସ୍ତ ନିଜ ଭାବନା ଲେଖା ମାଧ୍ୟମରେ ଉପସ୍ଥାପନା କରିବା ପାଇଁ ଏକ ସୁନ୍ଦର ଓଡିଆ ବ୍ୟାନର ପ୍ରସ୍ତୁତ କରାଯାଇଥିଲା ।

Pearl dental clinic
Near Ashish Medical Store, Bhawanipatna


ଏହି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପଣ୍ଡା, ତହସିଲଦାର ଉମାଶଙ୍କର ବେହେରା, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ୪ର୍ଥ ବାଟାଲିୟନ ସିଆରପିଏଫ ଡେପୁଟି କମାଣ୍ଡଡେଂଟ ସନ୍ତୋଷ କୁମାର, ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି,

Udyog Nursery
Udyogi Nursery


ସମାଜସେବୀ ଶ୍ରୀମତି ବିଦୁଲତା ହୁଇକା, ଗୋପିନାଥ ସାହୁ, ରାଜେଶ କୁମାର ପାଢୀ, ଜିଲ୍ଳା କଂଗ୍ରେସ କମିଟି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ବିଜେପି ଜିଲ୍ଳା ସଭାପତି ଶିବ ପଟ୍ଟନାୟକ, ଜିଲ୍ଳା ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦଚନ୍ଦ୍ର ପଣ୍ଡା, ଉପଦେଷ୍ଠା ତଥା ବରିଷ୍ଠ ସାମ୍ବାଦିକ ନୃସିଂହନାଥ ପାଢୀଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଯୋଗ ଦେଇ ଆମେ ଓଡିଆ ଆମ ଭାଷା ଓଡିଆ ଶୀର୍ଷକକୁ ନେଇ ନିଜ ଓଡିଆରେ ଉଲ୍ଳେଖ କରି ଦସ୍ତଖତ ଦେଇଥିଲେ ।


କୋଭିଡ-୧୯ କଟକଣା ମଧ୍ୟରେ କାର୍ଯ୍ୟକ୍ରମରେ ଉପସ୍ଥିତ ପାଖାପାଖି ଶହେରୁ ଉର୍ଦ୍ଧ ଲୋକେ ମାସ୍କ ପରିଧାନ ସହ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏସୟୁଜେ, ରାୟଗଡ ଜିଲ୍ଳା ଶାଖାର ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ସହଦେବ ସାହୁ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳେଇ, ସହ ସଂପାଦକ ବିଜୟ ଦାସ, ସଂଗଠକ ସଂପାଦକ ଦୁର୍ଗା ପ୍ରସାଦ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ, ଉପଦେଷ୍ଠା ବାଦଲ କୁମାର ତା’ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।


ଏହି ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମକୁ ସମସ୍ତ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ଏସୟୁଜେ ସଂଘ ପକ୍ଷରୁ ଓଡିଆ ଭାଷାର ବହୁଳ ପ୍ରଚାର ଏବଂ ଅନ୍ୟାନ୍ୟ ସମାଜସେବା ଦିଗରେ କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.