ଯାଜପୁର ଜିଲ୍ଲା ଯାଦବ ମହାସଭାର ସମ୍ବିଧାନିକ ସମ୍ମିଳନ : ରାମଚନ୍ଦ୍ର ସଭାପତି, ଆଲେକଜାଣ୍ଡାର ସମ୍ପାଦକ

ଯାଜପୁର: ବ୍ୟାସନଗର ସ୍ଥିତ କେଜିଆଇ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ଯାଦବ ମହାସଭାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତି କ୍ରମେ ଜିଲ୍ଲା ଯାଦବ ମହାସଭାର ନିର୍ବାଚନ ହେବାକୁ ଥିବାବେଳେ ୧୦ଟି ବ୍ଲକ ଓ ୨ଟି ପୈ।ରାଞ୍ଚଳରୁ ଆସିଥିବା ୧୦ଜଣିଆ ପ୍ରତିନିଧି ସର୍ବସମ୍ମତିକ୍ରମେ ସଭାପତି ଭାବେ ରାମଚନ୍ଦ୍ର ବେହେରା ଓ ସମ୍ପାଦକ ଭାବରେ ଆଲେକଜାଣ୍ଡାର ଦାସଙ୍କୁ ମନୋନୀତ କରିଥିବାରୁ ଆଉ ନିର୍ବାଚନର ଆବଶ୍ୟକତା ପଡି ନଥିଲା। ଜିଲ୍ଲାର ୧୦ଟି ବ୍ଲକ ଓ ୨ଟି ପୈ।ରାଞ୍ଚଳରୁ ଆସିଥିବା ୧୨୦ଜଣିଆ କମିଟି ଏହି ନିଷ୍ପତ୍ତିକୁ ପାରିତ କରିଥିଲେ। ଜିଲ୍ଲାର ମୁଖ୍ୟ ପରାମର୍ଶଦାତା ତଥା ନିର୍ବାଚନ ଅଧିକାରୀ ଡ଼ଃ କୁଶଚନ୍ଦ୍ର ପ୍ରଧାନ ସଭାପତି ଓ ସମ୍ପାଦକଙ୍କ ନାମ ଘୋଷଣା କରିଥିଲେ। ଆଗାମୀ ୭ଦିନ ମଧ୍ୟରେ ପୂର୍ଣ୍ଣାଙ୍ଗ କମିଟି ଗଠନ କରିବାକୁ ନିର୍ବାଚନ ଅଧିକାରୀ ଡ଼ଃ ପ୍ରଧାନ ନବ ନିର୍ବାଚିତ ସଭାପତି ଓ ସମ୍ପାଦକଙ୍କୁ ଦାଇତ୍ୱ ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉତ୍କଳ ଯାଦବ ମହାସଭାର ମନମୁଖୀ କାର୍ଯ୍ୟକୁ ଉଚିତ ଜବାବ ଦିଆଯିବ ଏବଂ ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ପୈ।ରାଞ୍ଚଳରେ ସାମ୍ବିଧାନିକ ସମ୍ମିଳନୀ କରାଯିବବୋଲି ନବ ନିର୍ବାଚିତ ସଭାପତି ରାମଚନ୍ଦ୍ର ବେହେରା ମତବ୍ୟକ୍ତ କରିଛନ୍ତି। ଖୁବ ଶିଘ୍ର ଯାଜପୁରରେ ଏକ ନିଖିଳ ଓଡିଶା ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯିବ ଏବଂ ଯାଜପୁର ଜିଲ୍ଲା ସମଗ୍ର ରାଜ୍ୟକୁ ଏକ ଦିଗଦର୍ଶକ ହେବ ବୋଲି ସମ୍ପାଦକ ଆଲେକଜାଣ୍ଡାର ଦାସ ପ୍ରକାଶ କରିଛନ୍ତି। ଏହି ଅବସରରେ ଯାଜପୁର ଜିଲ୍ଲା ଯାଦବ ମହାସଭାର ପୁର୍ବତନ ସଭାପତି ରବିନ୍ଦ୍ର ବେହେରା ଓ ବରିଷ୍ଠ ସଂଗଠକ ଗୋବର୍ଦ୍ଧନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଉପସ୍ଥିତ ଯାଦବମାନେ ନବ ନିର୍ବାଚିତ ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Udyog Nursery
Udyogi Nursery

କୋଭିଡ ନିୟମ ଅନୁସରଣ ପୂର୍ବକ ଆୟୋଜିତ ହୋଇଥିବା ଉକ୍ତ ସମ୍ମିଳନୀରେ ସରୋଜ କୁମାର ବାରିକ, ପରମାନନ୍ଦ ବେହେରା, ରବୀନ୍ଦ୍ର କୁମାର ବେହେରା, ଚିତ୍ରସେନ ଦାସ, ବିଷ୍ଣୁ ଚରଣ ନଟିଆ, ଭାଗିରଥି ବାହାଲିଆ, କୈଳାସ ଚନ୍ଦ୍ର ଦାସ, ବିଜୟ କୁମାର ଦାସ, ନିତ୍ୟାନନ୍ଦ ବେହେରା, ବେଣୁଧର ବେହେରା, ମନୋଜ କୁମାର ଦାସ, ମଞ୍ଜୁଲତା ଦାସ, କାଞ୍ଚନବାଳା ଦାସ, ଦିପ୍ତୀମୟୀ ଦାସ, ବିଜୟ କୁମାର ବାରିକ, ସରୋଜ କୁମାର ଦାସ, ପ୍ରଣବ କୁମାର ଦାସ, ସୁଦାମ ନାୟକ, ଧବଳେଶ୍ଵର ପ୍ରଧାନ, ରଘୁନାଥ ବେହେରା, ନାରାୟଣ ଚନ୍ଦ୍ର ନାୟକ, ଗଣେଶ୍ବର ବେହେରା, ସୁଦର୍ଶନ ପରିଡା, ବାସୁଦେବ ପଲେଇ,


ଅଜାତଶତ୍ରୁ ଦାସ, ବିପିନ ବିହାରୀ ଦାସ, ଦୀପକ ଦାସ, ନିର୍ମଳ ଚନ୍ଦ୍ର ଯତି, ରତ୍ନାକର ମହାକୁଡ, ଦୀନବନ୍ଧୁ ଦାସ, ରବୀନ୍ଦ୍ର ନାଥ ଦାସ, ଉତ୍ତମ କୁମାର ଦାସ, ମହେନ୍ଦ୍ର କୁମାର ଦାସ, ରବିନ୍ଦ୍ର କୁମାର ସାମଲ, ଗିରିଧାରୀ ପାଣ୍ଡବ, ଅନିରୁଦ୍ଧ ବେହେରା, ଶତ୍ରୁଘ୍ନ ପରିଡ଼ା, କୃଷ୍ଣ ଚନ୍ଦ୍ର ପ୍ରଧାନ, ମନୋଜ ଦାସ, ନବଘନ ଦାସ, ରତ୍ନାକର ପଲେଇ, ଭରତ ଚନ୍ଦ୍ର ବାରିକ, ଉମାକାନ୍ତ ବେହେରା, ଶତ୍ରୁଘ୍ନ ଦାସ, ଅଶୋକ କୁମାର ବାରିକ, କୁଳମଣି ଦାସ, ଅଶ୍ବିନୀ କୁମାର ଦାସ, ନିରଞ୍ଜନ ବାରିକଙ୍କ ସମେତ ଶତାଧିକ ଯାଦବ ଭାଇ ଭଉଣୀ ଉପସ୍ଥିତ ଥିଲେ। ଶେଷରେ ଆଇନଜୀବୀ ଦେବରାଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.