ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ସ୍ମାର୍ଟ ଫୋନ ବଣ୍ଟନ

ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ସ୍ମାର୍ଟ ଫୋନ ବଣ୍ଟନ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସ୍ମାର୍ଟ ଫୋନ ମାଧ୍ୟମରେ ଅଙ୍ଗନୱାଡ଼ି କର୍ମୀମାନେ କେନ୍ଦ୍ରର ସମସ୍ତ ପ୍ରକାର କାର୍ଯ୍ୟର ତଥ୍ୟ ଉପରିସ୍ଥ ଅଧିକାରୀ ତଥା ବିଭାଗକୁ ଯୋଗାଇ ପାରିବେ।

Omkar Vasthu
Omkar Vasthu


ରାମନାଗୁଡା ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ରଥ ପ୍ରଥମ ପର୍ଯ୍ୟାୟରେ ୧୩ଜଣ ଅଙ୍ଗନୱାଡ଼ି କର୍ମୀ ଏବଂ କାର୍ଯ୍ୟାଳୟର ୪ଟି ମଣ୍ଡଳ ପରିଦର୍ଶିକା, କାର୍ଯ୍ୟାଳୟର ୭ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରିଥିଲେ। ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୩୦ ଜଣଙ୍କୁ ଏହା ପ୍ରଦାନ କରାଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧିନ ଚାରୋଟି ମଣ୍ଡଳର ପରିଦର୍ଶିକା ସୁବୁଦ୍ଧି ଶବର, ସାବିତ୍ରୀ ନାୟକ, ପଦ୍ମିନୀ ବଡ଼ କୁମାର ,ଲଙ୍କେଶ୍ୱରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଆଗାମୀ ଦିନରେ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ରଥ ଏହି ସ୍ମାର୍ଟ ଫୋନ ମାଧ୍ୟମରେ କେନ୍ଦ୍ର ର ହିତାଧିକାରୀଙ୍କ ସେବାକୁ ସଫଳ ରୂପାୟନ ଦେଇପାରିବେ ବୋଲି ବୁଦ୍ଧିଜୀବୀ ଆଶା ପୋଷଣ କରାଯାଇଛି।

ରାମନାଗୁଡାରୁ ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.