ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ନର୍ଲା ଶାଖାର ସାଙ୍ଗଠନିକ ବୈଠକ

ନର୍ଲା: ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ନର୍ଲା ଶାଖାର ଏକ ସାଙ୍ଗଠନିକ ବୈଠକ ସ୍ଥାନୀୟ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଶାଖା ସଭାପତି ଅଭିରାମ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ କଳାହାଣ୍ଡି ଜିଲ୍ଲା ଓୟୁଜେ ସଭାପତି କମ୍ବୁପାଣି ମିଶ୍ର ଅତିଥିଭାବେ ଯୋଗଦେଇ ସଙ୍ଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ। ସଂଘର ବରିଷ୍ଠ ସଦସ୍ୟ ତଥା ଜିଲ୍ଲା ଉପସଭାପତି ଲିଙ୍ଗରାଜ ମିଶ୍ର ସ୍ବାଗତ ଅଭିଭାଷଣ ଓ ସଭାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନର ସଂପାଦକ ତଥା ନର୍ଲା ଶାଖାର ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ରଣା, ଦୀପକ ମହାନ୍ତି, ସୁନୀଲ କୁମାର ଧଙ୍ଗଡାମାଝୀ, ନିରଞ୍ଜନ ଗଉଡ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କଳାହାଣ୍ଡି ସାମ୍ବାଦିକ ୟୁନିୟନର ସଦସ୍ୟ ହେମନ୍ତ ସାହୁ ସଭା ପରିଚାଳନା କରିଥିବାବେଳେ ସୁନୀଲ କୁମାର ଧଙ୍ଗଡାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.