୩ ବର୍ଷର ପୁରୁଣା ଟଙ୍କା ବିବାଦରେ ଗଲା ଜୀବନ

ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ପ୍ରାଣ ହରାଇଲେ ସଦାନନ୍ଦ

ଖରିଆରରୋଡ ଛୁରା ମାଡ଼ ହତ୍ୟାକାଣ୍ଡ ଘଟଣା

ନୂଆପଡା: ଗତ ୨୯ ତାରିଖ ହୋଲି ପର୍ବ ଦିନ ନୂଆପଡା ଜିଲ୍ଲା ଖରିଆର ରୋଡ ସହରର ରେଳ ଷ୍ଟେସନ ନିକଟରେ କିଛି ଦୁର୍ବୃତ୍ତ ଏଲ.ଡି. ପଡା ୱାର୍ଡ ନମ୍ବର -୬ ନିବାସୀ ସଦାନନ୍ଦ ମହାନନ୍ଦ (୫୦)ଙ୍କୁ ଛୁରା ମାଡ଼ କରି ହତ୍ୟା କରିଥିଲେ। ଏ ନେଇ ମୃତ ସଦାନନ୍ଦଙ୍କ ପୁତ୍ର ନୀତେଶ ମହାନନ୍ଦ (୨୫) ଖରିଆର ରୋଡ ଜୋଙ୍କ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ତେବେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଧରି ଦଣ୍ଡ ଦେବା ପାଇଁ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ୩୫୩କୁ ଅବରୋଧ ମଧ୍ୟ କରିଥିଲେ। ଏ ନେଇ ଜୋଙ୍କ ପୋଲିସ ଖରିଆର ରୋଡ ୱାର୍ଡ ନମ୍ବର ୧୫ ନୁରାନି ଛକର ଶେଖ ଆୟୁବଙ୍କ ପୁଅ ଅବିଦ ହୁସେନ ଉର୍ଫ ଅଶରଫି (୩୧) ଓ ଜେଞ୍ଜରା ଗାଁର ଚିନୀଲାଲ ଠାକୁରଙ୍କ ପୁଅ ପ୍ରଣବ ଉର୍ଫ ବାବା ଠାକୁର (୨୪) ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଉଭୟ ଅଭିଯୁକ୍ତଙ୍କୁ ଜୋଙ୍କ ଥାନା କେସ ନମ୍ବର ୭୦ ଆଇ.ପି.ସି. ଦଫା ୩୦୨/୩୪ ରେ ଗିରଫ କରାଯାଇଅଛି। ପ୍ରକାଶ ଯେ, ୩ ବର୍ଷ ପୂର୍ବେ ଅଭିଯୁକ୍ତ ଅଶରଫିଙ୍କ ବାପା ଶେଖ ଆୟୁବଙ୍କ ନିକଟରୁ ଏଲ.ଡି. ପଡାର ସମସରଲି ବାଗ ୭ ଟ୍ରିପ ଇଟା ୨୮,୫୦୦ ଟଙ୍କାରେ କିଣି ଥିଲେ। ସମସରଲି ବାଗ ୧୪ ହଜାର ଟଙ୍କା ଶେଖ ଆୟୁବଙ୍କୁ ଇଟା ବାବଦକୁ ଦେଇଥିଲେ ଓ ବାକି ଟଙ୍କା ଦେବା ପୂର୍ବରୁ ଶେଖ ଆୟୁବଙ୍କ ଦେହାନ୍ତ ହୋଇଯାଇଥିଲା। ବାପାଙ୍କ ବାକି ଥିବା ଟଙ୍କା ପାଇବା ପାଇଁ ପୁଅ ଅଶରଫ ବହୁତ ଥର ସମସରଲି ବାଗ ଙ୍କ ପାଖ କୁ ଯାଇଥିଲା। ଗତ ୨୬ ତାରିଖ ସକାଳ ୮ ଟାରେ ଅଶରଫି ତାର ସାଙ୍ଗ ପ୍ରଣବ ଠାକୁର ସହିତ ସମସରଲି ଘରକୁ ଟଙ୍କା ମାଗିବା ପାଇଁ ଯାଇଥିଲା। ତେବେ ସେଠାରେ ସମସରଲି ଓ ତାଙ୍କ ସମର୍ଥକ ସଦାନନ୍ଦ ମହାନନ୍ଦଙ୍କ ସହିତ ଅଶରଫି ଓ ପ୍ରଣବଙ୍କୁ ଆକ୍ରମଣ କରିଥିଲେ। ପରେ ୨୯ ତାରିଖ ହୋଲି ପର୍ବ ଦିନ ସକାଳ ୮.୩୦ ସମୟରେ ସଦାନନ୍ଦ ମହାନନ୍ଦକୁ ରେଳ ଷ୍ଟେସନ ନିକଟ ଗେଙ୍ଗପଡା ଠାରେ ଉଭୟ ଅଶରଫି ଓ ପ୍ରଣବ ଦେଖିବାକୁ ପାଇଥିଲେ। ସଦାନନ୍ଦଙ୍କୁ ଅଭିଯୁକ୍ତ ମାନେ ଗୋଇଠା ବିଧା ମାରି ପ୍ରଥମେ ଆକ୍ରମଣ କରି ସେ ତଳେ ପଡ଼ିଯିଵା ପରେ ଇଟା ଓ ଗାଡ଼ି ନମ୍ବର ପ୍ଲେଟରେ ମୁଣ୍ଡକୁ ପ୍ରହାର କରିଥିଲେ। ଘଟଣା ସ୍ଥଳରେ ସଦାନନ୍ଦ ଲହୁଲୁହାଣ ଅବସ୍ଥାରେ ପୋଲିସ ଦ୍ୱାରା ଉଦ୍ଧାର ହୋଇ ପ୍ରଥମେ ଖରିଆର ରୋଡ ଓ ପରେ ନୂଆପଡା ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ମୃତ୍ୟୁ ବରଣ କରିଥିଲେ। ନୂଆପଡା ପୋଲିସର ଏ.ଏସ.ପି. ସୁନୀଲ କୁମାର ଆଚାର୍ଯ୍ୟ, ଏସ.ଡି.ପି.ଓ. ପ୍ରଶାନ୍ତ କୁମାର ପଟ୍ଟନାୟକ, ଖରିଆର ରୋଡ ଆଇ.ଆଇ.ସି. ଅନିରୁଦ୍ଧ ମୁଦୁଲି,ଏସ.ଆଇ. ବିନୋଦ ବିହାରୀ ସେଠୀ, ଏସ.ଆଇ. ଆଶିଷ ପ୍ରଧାନ ଓ ପୋଲିସ କର୍ମଚାରୀଙ୍କ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଏହି ଘଟଣାର ତଦନ୍ତ କରିଥିଲେ। 

Omkar Vasthu
Omkar Vasthu

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.