ପୁଣି ଇଟାଲୀ ଭାଷାରେ ଅନୁଦିତ ହେଲା କବି ଭବାନୀ ଶଙ୍କର ନିଆଲଙ୍କ ୨ଟି କବିତା

ଭୁବନେଶ୍ୱର: କବି ଭବାନୀ ଶଙ୍କର ନିଆଲଙ୍କ କବିତା ‘ଆସ’ ଏବଂ ‘ଆସ ଆଲୋକ ଆଡକୁ ପଳେଇବା’ ଇଟାଲୀ ଭାଷାରେ ଅନୁଦିତ ହୋଇଛି। ଏହାକୁ ପ୍ରକ୍ଷାତ ଇଟାଳୀୟ କବି ଲୁକା ଅରିନିଓ ଏବଂ ଅଲିସିଓ ଜେନିଚେଲି ଅନୁବାଦ କରିଛନ୍ତି। ଏହି ଖବର ଜଣାପଡିବା ପରେ ପାଠକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା କ୍ରମାଗତ ଭାବେ ଇଂରାଜୀ, ଇଟାଲୀ, ସର୍ବିଆ ପରେ ରୁଷ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକୁ ଇଂରାଜୀରେ ଅଧ୍ୟାପକ ବଙ୍କିମ ମୁଣ୍ଡ , ଇଟାଲୀରେ କବି ଇମାନୁଏଲା ରିଜୋ ଏବଂ ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ ଅନୁବାଦ କରିଥିବା ବେଳେ ରୁଷ ଭାଷାରେ ପ୍ରଖ୍ୟାତ ରୁଷ ଲେଖିକା ଏଲିନା ଡାନିସିନା ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତା ପାଇଁ ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।

Omkar Vasthu
Omkar Vasthu
(ଲିଙ୍କ କ୍ଲିକ୍ କରି ଦେଖନ୍ତୁ ଇଟାଲୀ ଭାଷାରେ ଅନୁଦିତ ହୋଇଥିବା ଭବାନୀଶଙ୍କରଙ୍କ କବିତା 👇🏽)

https://www.facebook.com/watch/?v=891651968047154

Pearl dental clinic
Near Ashish Medical Store, Bhawanipatna

https://www.facebook.com/watch/?v=491474952023480

Udyog Nursery
Udyogi Nursery

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.