ବେଦାନ୍ତ ହସ୍ପିଟାଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଲାଞ୍ଜିଗଡ଼: ଲାଞ୍ଜିଗଡ ସ୍ଥିତ ବେଦାନ୍ତ ହସ୍ପିଟାଲ ପରିସରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଅତିଥି ଭାବେ ଡେପୁଟି ସିଇଓ ଆଲୁମିନୟମ୍ ରାହୁଲ ଶର୍ମା, ଡେପୁଟି ସିଇଓ ଆଲୁମିନା ଜି.ଜି. ପାଲ, ସେକ୍ଟର ସିଏଫ୍‌ଓ ସୋନମ ଡଙ୍କର, ବେଦାନ୍ତ ଲିମିଟେଡ଼ ଲାଞ୍ଜିଗଡ଼ର ସିଓଓ ଅନୁରାଗ ତିୱାରୀ, ଟେକ୍ନିକାଲ ନିର୍ଦ୍ଦେଶକ ରାକେଶ ମୋହନ, ସିଏସଆର୍ ମୁଖ୍ୟ ନୀଳାଦ୍ରି ଭୂଷଣ ପାଢୀ, ପିଭିଓ ଅଧ୍ୟକ୍ଷ କମଳାକାନ୍ତ ବାରିକ ପ୍ରମୁଖ ଯୋଗଦେଇ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବେଦାନ୍ତ ହସ୍ପିଟାଲର କାର୍ଯ୍ୟକୁଶଳତାକୁ ପ୍ରଶଂସା କରିଥିଲେ ।

Omkar Vasthu
Omkar Vasthu


ବେଦାନ୍ତ ଲିମିଟେଡ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଓ ଅସହାୟମାନଙ୍କୁ ଆମ୍ବୁଲାନ୍ସ ଯୋଗାଇଦେବାରେ ସାରା ଜିଲ୍ଲାରେ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଛି ।ସେହିପରି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ଓ ଗ୍ରହଣଖଣ୍ଡିଆର ଶଲ୍ୟ ଚିକିତ୍ସାରେ ହସ୍ପିଟାଲ ସାରା ରାଜ୍ୟରେ ଇତିହାସ ରଚିଥିବାବେଳେ ଜିଲ୍ଲାର ଏକମାତ୍ର ବେସରକାରୀ କୋଭିଡ ଟୀକାକରଣ କେନ୍ଦ୍ରର ମାନ୍ୟତା ପାଇଛି । ହସ୍ପିଟାଲ ପକ୍ଷରୁ ଚାଲିଥିବା ଏହିସବୁ ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଆଗାମୀ ଦିନରେ ମଧ୍ୟ ଜାରି ରଖିବା ସହିତ ଓ ବେଦାନ୍ତ ଅଞ୍ଚଳର ଲୋକଙ୍କ ସୁସ୍ଥ ଓ ନିରାମୟ ଜୀବନଯାପନ ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ବେଦାନ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଦାନ୍ତ ହସ୍ପିଟାଲ ମ୍ୟାନେଜର ଅମର କୁମାର ମହାନ୍ତି, ଡା. ପ୍ରଶାନ୍ତ ପରମାଣିକଙ୍କ ସମେତ ହସ୍ପିଟାଲର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.