ଲାଞ୍ଜିଗଡ଼: ବିଶ୍ବନାଥପୁର ସ୍ଥିତ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଲୟଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଏ.ବି.ଇ.ଓ. ପଦ୍ମଲୋଚନ ସୁନାଙ୍କ ସମେତ ଚାରି ଜଣ ସିଆରସିସିଙ୍କୁ ସମ୍ବର୍ଦ୍ଧନା ଓ ତିନି ଜଣ ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜିପ କୁମାର ନାଏକ, ସାଥ-୧ର ଜିଲ୍ଲା ମୁଖ୍ୟ ପରୀକ୍ଷିତ ବେହେରା ଓ ମହେନ୍ଦ୍ର ସିଂ, ଡିଆଇଇଟି ଭବାନୀପାଟଣାରୁ ଇଶ୍ୱର ଚନ୍ଦ୍ର ବେହେରା ଏଥିରେ ଯୋଗଦେଇଥିଲେ। ଏହି ବୈଠକରେ ଗୁଣାତ୍ମକ ଶିକ୍ଷା ଓ ବିବିଧ ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂତନ ସିଆରସିସି ମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିବା ସହ ବିଦାୟୀ ସିଆରସିସି ମାନଙ୍କ ଗୁଣାବଳୀ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ। ସିଆରସିସି ତପନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in