ନୂତନ ABEO ଏବଂ ୪ଜଣ CRCC ଙ୍କୁ ସମ୍ବର୍ଦ୍ଧନା, ୩ CRCC ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼: ବିଶ୍ବନାଥପୁର ସ୍ଥିତ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଲୟଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ଏ.ବି.ଇ.ଓ. ପଦ୍ମଲୋଚନ ସୁନାଙ୍କ ସମେତ ଚାରି ଜଣ ସିଆରସିସିଙ୍କୁ ସମ୍ବର୍ଦ୍ଧନା ଓ ତିନି ଜଣ ସିଆରସିସିଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ଅଧିକାରୀ ସଞ୍ଜିପ କୁମାର ନାଏକ, ସାଥ-୧ର ଜିଲ୍ଲା ମୁଖ୍ୟ ପରୀକ୍ଷିତ ବେହେରା ଓ ମହେନ୍ଦ୍ର ସିଂ, ଡିଆଇଇଟି ଭବାନୀପାଟଣାରୁ ଇଶ୍ୱର ଚନ୍ଦ୍ର ବେହେରା ଏଥିରେ ଯୋଗଦେଇଥିଲେ। ଏହି ବୈଠକରେ ଗୁଣାତ୍ମକ ଶିକ୍ଷା ଓ ବିବିଧ ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂତନ ସିଆରସିସି ମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋଚନା କରିବା ସହ ବିଦାୟୀ ସିଆରସିସି ମାନଙ୍କ ଗୁଣାବଳୀ ଉପରେ ବକ୍ତା ମାନେ ଆଲୋକପାତ କରିଥିଲେ। ସିଆରସିସି ତପନ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.