ମହାବିଷୁବ ସଂକ୍ରାନ୍ତି ଓ ଶୈବ ଉପାସନାର ଅନନ୍ୟ ପରମ୍ପରା ଦଣ୍ଡଯାତ୍ରା

ବୌଦ୍ଧ: ଭାବ ଭକ୍ତି ଓ ନିଷ୍ଠାର ଅନ୍ୟନ୍ୟ ପର୍ବ ହେଉଛି ଦଣ୍ଡ ଯାତ୍ରା। ଭକ୍ତ ମାନେ କେଉଁଠି ୧୩ ଦିନ ତ ପୁଣି କେଉଁଠି ୨୧ ଦିନ ଧରି ଏହି  ଦଣ୍ଡଯାତ୍ରାରେ ରୁଦ୍ରକାଳୀଙ୍କ କଠିନ ଉପାସନା କରନ୍ତି। ଭକ୍ତିରେ ନିଜକୁ ସମର୍ପିତ କରି  ଧୂଳିଦଣ୍ଡ ଓ ଅଗ୍ନିଦଣ୍ଡ ଭଳି ଦଣ୍ଡ ଭୋଗ କରିବା ସହ ନିଜ ମାନସିକ ପୂରଣ ପାଇଁ ରୁଦ୍ରକାଳୀଙ୍କୁ ପ୍ରାର୍ଥନା କରନ୍ତି। ଆଉ ଉଦଯାପନି ଉତ୍ସବରେ ନିଜ ମାନସିକ ପୂରଣ ପାଇଁ ନିଆଁରେ ଚାଲିବା ସହ ଅଗ୍ନି ଦଣ୍ଡ ଭୋଗକରି ବ୍ରତ ଭାଙ୍ଗନ୍ତି ମାନସିକଧାରୀ ମାନେ। ଏହି ନିଆଁରେ ଚାଲିବା ପରମ୍ପରାକୁ ଓଡ଼ିଶାର କେତେକ ସ୍ଥାନରେ ଝାମୁଯାତ୍ରା ମଧ୍ୟ କୁହାଯାଏ।

Omkar Vasthu
Omkar Vasthu


ଓଡ଼ିଆ ପରମ୍ପରାନୁଯାୟୀ ଆଜିଠାରୁ ନୂତନ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଇଥାଏ। ଓଡ଼ିଆ ସଂସ୍କୃତି ଓ କାଳ ଗଣନାରେ ଗୋଟିଏ ବର୍ଷ ବୈଶାଖରୁ ଆରମ୍ଭ ହୋଇ ଚୈତ୍ରରେ ସମାପ୍ତ ହୋଇଥାଏ। ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି। ଏହି ଝାମୁ ଯାତ୍ରା ବୌଦ୍ଧ ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହାସମାରୋହରେ ପାଳିତ ହୋଇ ଯାଇଛି।

Pearl dental clinic
Near Ashish Medical Store, Bhawanipatna


ବୌଦ୍ଧ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଯଥା ଚଣ୍ଡିତଳର ଗୁପ୍ତେଶ୍ୱର ଦେବ, ଚଣ୍ଡିଗଳର ବାବା ସ୍ଵପ୍ନେଶ୍ଵର ଦେବ, ଚାରିଶମ୍ଭୁର ପଶ୍ଚିମେଶ୍ୱର ଦେବ ଓ ସିଦ୍ଧେଶ୍ୱର ଦେବ,ଦାମୋଦରପୁର, କମ୍ପରା, ବୌଦ୍ଧ, ବାଘପାଲି, ବାଉସୁଣୀ, ମହିସରପିଣ୍ଡା ଓ କଣ୍ଟାମାଳ ସହିତ ସମସ୍ତ ଶୈବ ପୀଠରେ ପଣା ସଂକ୍ରାନ୍ତିରେ ରୀତିନୀତି ଅନୁଯାୟୀ ପୂଜା ବିଦ୍ଧି ପାଳନ କରାଯାଇଥିଲା। ପରେ ସମସ୍ତ ଭକ୍ତମାନେ ଝାମୁ ଯାତ୍ରା ଦେଖିବା ସହିତ ପଣା ମଧ୍ୟ ପାଇଥିଲେ।

Udyog Nursery
Udyogi Nursery

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.