ହନୁମାନ ବିଗ୍ରହ ସ୍ଥାପନ ଏବଂ ଓଡିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ପାଳନ

ଗୋଳାମୁଣ୍ଡା: ଭାରତୀୟ ପରମ୍ପରା ତଥା ଓଡ଼ିଆ ସଂସ୍କୃତିର ପର୍ବ ହେଉଛି ମହା ବିଷୁବ ସଂକ୍ରାନ୍ତି। ଏହାର ମହତ୍ତ୍ଵ ଗୁଢତ୍ଵର ଏବଂ ରହସ୍ୟମୟ। ମହାବିଷୁବ ସଂକ୍ରାନ୍ତି ଦିନ ଠାରୁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ। ଏହି ଦିନକୁ ପଣା ସଂକ୍ରାନ୍ତି, ମେଷ ସଂକ୍ରାନ୍ତି, ମେରୁ ସଂକ୍ରାନ୍ତି, ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ବା ଉତ୍କଳୀୟ ନବ ବର୍ଷ, ହନୁମାନ ଜୟନ୍ତୀ ଆଦି ବିଭିନ୍ନ ନାମରେ ନାମିତ କରାଯାଇଛି। ଏହି ଦିନରେ ଦେବାଳୟ ମାନଙ୍କରେ ପୂଜାର୍ଚ୍ଚନା ସହ ନୂତନ ପାଞ୍ଜି ପଠନ କରାଯାଇଥାଏ। ଏହି ଦିନ ହନୁମାନଙ୍କ ଆରାଧନା କରିବାର ବିଧି ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦୁଡୁକେଲ ଗାଁରେ ପଣା ସଂକ୍ରାନ୍ତି ପାଳନ ସହ ହନୁମାନଙ୍କ ନୂତନ ବିଗ୍ରହ ସ୍ଥାପନ ହୋଇଯାଇଛି। ଏହି ଗାଁରେ ଅନେକ ବର୍ଷ ଧରି ହନୁମାନଙ୍କ ଉପାସନା ହୋଇଆସୁଛି। ଏହି ନୂଆ ବର୍ଷ ତଥା ବିଷୁବ ସଂକ୍ରାନ୍ତି ଦିନ ହନୁମାନଙ୍କ ନୂତନ ବିଗ୍ରହ ସ୍ଥାପନ କରାଯାଇଛି। ଏଥିରେ ପୂଜକ ଭାବେ ତ୍ରିନାଥ ବଗର୍ତ୍ତି ଦାଇତ୍ୱ ନିର୍ବାହ କରିଥିଲେ। ଏଥିରେ ଗ୍ରାମବାସୀଙ୍କ ସମେତ ପଡୋଶୀ ଗ୍ରିନ୍ଦୋଲ, ମାନଝରୀ, କାନ୍ଦୁଲ ଡଙ୍ଗରୀ, ତୁମୁରା ଓ ଗୋଲାମୁଣ୍ଡା ବ୍ଲକର ଅନେକ ଗ୍ରାମବାସୀ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ଏଥିରେ ମାନଝରୀ ସରପଞ୍ଚ ଗିରିଧାରୀ ତେଜି ଯୋଗ ଦେଇଥିବାବେଳେ ଉପେନ୍ଦ୍ର ବଗର୍ତ୍ତୀଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ।

Udyog Nursery
Udyogi Nursery

ଗୋଳାମୁଣ୍ଡା ପ୍ରତିନିଧି ସୁଶିଲ କୁମାର ତେଜିଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.