ଭୁବନେଶ୍ୱର: ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀଲିଙ୍ଗରାଜ ମନ୍ଦିର। ଏନେଇ ରବିବାର ଅପରାହ୍ନରେ ସୂଚନା ଦେଇଛି ଭୁବନେଶ୍ବର ମହାନଗର ନିଗମ (ବିଏମସି)। ତେବେ ସେବାୟତ ମାନଙ୍କ ଦ୍ୱାରା ମନ୍ଦିରର ଦୈନିକ ପୂଜାର୍ଚ୍ଚନା ଜାରି ରହିବ। ବିଏମସିର ଏହି ନିଷ୍ପତି ପରବର୍ତି ନିର୍ଦେଶ ଆସିବା ଯାଏଁ ଲାଗୁ ରହିବ। ଶନିବାର ମନ୍ଦିରର ଅନେକ ସେବାୟତ କରୋନା ସଂକ୍ରମିତ ଥିବା ପରିକ୍ଷାରୁ ଜଣା ପଡିଥିଲା। ଏହାକୁ ଦୃଷ୍ଟିରେ ରଖି ମନ୍ଦିରରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଲାଗି ବାରଣ କରଯାଇଛି। ଆଗକୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ କାର୍ଯ୍ୟକ୍ରମ ପୂର୍ବ ନିଷ୍ପତି ଅନୁଯାଇ ମନ୍ଦିର ପ୍ରଶାସନ ପରିଚାଳନା କରିବ ବୋଲି ଜଣାପଡିଛି।