ଡ୍ରେନ ସୁବିଧା ନାହିଁ, ରାସ୍ତା ଉପରେ ଜମୁଛି ଆବର୍ଜନା ପାଣି

ଲାଞ୍ଜିଗଡ଼: ରାସ୍ତା ଉପରେ ଜମି ରହୁଛି ଆବର୍ଜନା ପାଣି। ଦୁର୍ଗନ୍ଧ ରେ ନାକ ଫାଟିପଡିବା ସହ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ ସୁବିଧା ନଥିବାରୁ ରାସ୍ତା ଉପରୁ ପାଣି ନିଷ୍କାସିତ ହୋଇପାରୁନାହିଁ। ଏହି ଚିତ୍ର ହେଉଛି ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ଅଧିନସ୍ଥ କିଡିଙ୍ଗ ଗାଁ ବଡପଡାର ଦୃଶ୍ୟ।


ଡ୍ରେନର ସୁବିଧା ନଥିବାରୁ ବସ୍ତିର ଦୁଇଟି ନଳକୂଅରୁ ପାଣି ଆସି ରାସ୍ତା ଉପରେ ଜମି ରହି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରୁଛି। ପ୍ରାୟ ୩ ମାସ ହେଲା ଏପରି ସ୍ଥିତି ଲାଗି ରହିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଣି ଜମିରହିବା ଫଳରେ ଦୁର୍ଗନ୍ଧ ହେବାସହ ଯାନବାହାନ ଯାତାୟତ ସମୟରେ ଏହି ମଇଳା ପାଣି ଛିଟିକି ଜନସାଧାରଣଙ୍କ ଉପରେ ପଡୁଛି। ଏନେଇ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ ତଥା ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ କିଡିଙ୍ଗ ବଡ଼ପଡ଼ା ବାସି ଦାବି କରିଛନ୍ତି।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.