ଲାଞ୍ଜିଗଡ଼: ମୁଣ୍ଡଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ହରେନ୍ଦ୍ର ପ୍ରଧାନୀଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଆଜି ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। କିଛି ଦିନ ପୂର୍ବରୁ ତାଙ୍କର ପିତୃ ବିୟୋଗ ହାଇଥିଲା। ୧୫ ଦିନ ଆନ୍ତରାଳରେ ପିତା ପୁତ୍ରଙ୍କର ଦେହାନ୍ତ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଜଣେ ଆଦର୍ଶ ଶିକ୍ଷକ ଭାବେ ସ୍ବର୍ଗତ ପ୍ରଧାନୀ ଛାତ୍ରଛାତ୍ରୀ ଓ ଅବିଭାବକ ମହଲରେ ନିଜର ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ। ତାଙ୍କର ଆବର୍ତ୍ତମାନରେ ମୁଣ୍ଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ହରିଜନ, ପରିଚାଳନା କମିଟି ଅଧ୍ୟକ୍ଷ ସତ୍ୟବାନ ପୂଝାରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଲାଞ୍ଜିଗଡ ବ୍ଲକ ଆତ୍ମା ଅଧ୍ୟକ୍ଷ ବିରାଜ ପନ୍ଦର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହିତ ଅମର ଆତ୍ମା ର ସଦଗତି କାମନା କରିଛନ୍ତି।
ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in