ଭାରସାମ୍ୟ ହରାଇ ଗଛରେ ପିଟିହେଲା ବକ୍ସାଇଟ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

କେସିଙ୍ଗା, (ବର୍ଦ୍ଧମାନ ଜୈନ): ଭବାନୀପାଟଣା-କେସିଙ୍ଗା ଏନ୍ଏଚ୍-୨୬ ବୋରିଙ୍ଗ ପଦର ଏଫସିଆଇ ସମ୍ମୁଖରେ ଥିବା ତେନ୍ତୁଳି ଗଛରେ ଭାରସାମ୍ୟ ହରାଇ ଏକ ବକ୍ସାଇଟ ବୋଝେଇ ଟ୍ୟାଙ୍କର (OD17 M 8510) ପିଟି ହେବା ଫଳରେ ଗାଡି ଆଗପଟ ଦବିଯାଇ ଡ୍ରାଇଭର ଚାପି ହୋଇ ରହି ଯାଇଥିଲେ। ତେନ୍ତୁଳି ଗଛ ସଂପୁର୍ଣ ଉପୁଡି ନିକଟରେ ରଖାଯାଇଥିବା ଏକ ସେଣ୍ଟ୍ରୋ କାର (OD15 R 9645) ଉପରେ ଲଦି ହୋଇଯାଇଥିଲା ଫଳରେ କାରଟିର ପଛପଟ ପୁରାପୁରି ନଷ୍ଟ ହୋଇଯାଇଛି।


ପାଖରେ ଥିବା ଲାଇନ ତାର ସବୁ ଛିଣ୍ଡି ଯାଇଛି। ତେବେ କୌଣସି ଧନଜୀବନ ହାନି ହୋଇ ନଥିବା ବେଳେ କେବଳ ଟ୍ୟାଙ୍କର ଡ୍ରାଇଭର ଗୁରୁତର ହୋଇଛନ୍ତି। କେସିଙ୍ଗା ପୋଲିସ ଓ ଦମକଲ ବାହିନି ପହଞ୍ଚି ଗାଡି ଭିତରୁ ଡ଼୍ରାଇଭରଙ୍କୁ ଉଦ୍ଧାର କରି କେସିଙ୍ଗା ଡାକ୍ତରଖାନାରେ ଭର୍ତି କରିଛନ୍ତି। କେସିଙ୍ଗା ପୋଲିସ ଉକ୍ତ ଗାଡିଟି ଜବତ କରି ତଦନ୍ତ କରୁଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.