କଳାହାଣ୍ଡି: ବାଣୀପୀଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି କଳାହାଣ୍ଡିର କବି ଗୋକୁଳ ସାହୁ। କର୍ଲମୁଣ୍ଡା ବ୍ଳକ ଗଜବାହାଲ ପଂଚାୟତ ର ଡଙ୍ଗରମୁଣ୍ଡା ଗ୍ରାମର କବି ଓ ଲେଖକ ଗୋକୁଳ ସାହୁଙ୍କୁ ମୟୂରଭଂଜ ଜିଲ୍ଲାର ବଡସାହି ସ୍ଥିତ ବାଣୀପୀଠ ଅନୁଷ୍ଠାନର ୪୧ତମ ବାର୍ଷିକ ସାରସ୍ୱତ ସମାରୋହ ଓ ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ଓ କବିତା ମହାଯଜ୍ଞ ଉତ୍ସବରେ ବାଣୀପୀଠ ସମ୍ମାନରେ ସମ୍ମାନୀତ କରାଯାଇଛି। ଏଇ ଅବସରରେ ଆୟୋଜିତ ସଭାରେ ଡଃ ପଦ୍ମଲୋଚନ ମହାକୁଡ ଅଧ୍ୟକ୍ଷତା କରିଥିବା ବେଳେ ବଡସାହି ବିଧାୟକ ସନାତନ ବିଜୁଳି, ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ, ରେବତୀ’ ର ସଂପାଦିକ ସୁବାଷିନୀ ଜେନା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭରତ ଚନ୍ଦ୍ର ଦାଶ, ପରିବେଶବିତ ସନ୍ତୋଷ ମହାନ୍ତି , ବିଜେପୁର କଂସ ମହାରାଜ ଦେବରାଜ ଛତ୍ରିଆ, କବି ଶତୀନ୍ଦ୍ର କୁମାର ବିଶ୍ୱାଳ, ସୁନୀଳ ଦାଶ ଓ ‘ସମୟର ଚକ୍ର’ର ସଂପାଦକ ସର୍ବେଶ୍ୱର ଜେନା ଅତିଥିଭାବେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସଂପାଦକ ଡଃ କୁମାର ବାବୁଲି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କବି ଶ୍ରୀ ସାହୁ ଏହି ସମ୍ମାନରେ ସମ୍ମାନୀତ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in