କରୋନାରେ ଲାଞ୍ଜିଗଡ଼ର ଜଣେ ଯୁବକଙ୍କ ମୃତ୍ୟୁ: ସହରକୁ ସଟଡାଉନ୍ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି

୩ଦିନ ଦୋକାନ ବଜାର ବନ୍ଦ ରଖିବା ପାଇଁ ଲାଞ୍ଜିଗଡ ବଣିକ ସଂଘର ନିଷ୍ପତ୍ତି 

ଲାଞ୍ଜିଗଡ: କରୋନାରେ ଆକ୍ରାନ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏନେଇ ଗୁରୁବାର ସନ୍ଧ୍ୟାରେ ଲାଞ୍ଜିଗଡ ହାଇସ୍କୁଲ ପଡିଆ ଠାରେ ଲାଞ୍ଜିଗଡର ବିଭିନ୍ନ ଅନୁଷ୍ଠାନ ଓ ଲାଞ୍ଜିଗଡ ବଣିକ ସଂଘ ପକ୍ଷରୁ ତିନିଦିନ ଦୋକାନ ବଜାର ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗତ କିଛିଦିନ ହେଲା ଲାଞ୍ଜିଗଡ ଅଞ୍ଚଳରେ ୬୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଲାଞ୍ଜିଗଡ, ବସନ୍ତପଡା, ଛତ୍ରପୁର, ଚମ୍ପାଦେଇପୁର, ଜଗନ୍ନାଥପୁର ଆଦି ଗ୍ରାମପଞ୍ଚାୟତ ଅଞ୍ଚଳରେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଲାଞ୍ଜିଗଡ ସହରକୁ ଏହିସବୁ ଅଞ୍ଚଳର ଲୋକଙ୍କ ସିଧାସଳଖ ଯାତାୟତ ରହିଛି। ସେହିପରି ଲାଞ୍ଜିଗଡ ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବାବେଳେ ରାୟଗଡା ଜିଲ୍ଲାର ମୁନିଗୁଡା, ଅମ୍ବାଦଳା, କଲ୍ୟାଣ ସିଂହପୁର ଆଦି ଅଞ୍ଚଳର ଶହଶହ ଲୋକେ ଲାଞ୍ଜିଗଡ ଉପରେ ନିର୍ଭର କରନ୍ତି। ଫଳରେ ଲାଞ୍ଜିଗଡ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ଲାଞ୍ଜିଗଡରେ ସପ୍ତାହିକ ହାଟ ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ସହରକୁ ସଟଡାଉନ୍ ଘୋଷଣା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ଲାଞ୍ଜିଗଡ ଅଞ୍ଚଳବାସୀ ଖୁବ୍ ଶୀଘ୍ର ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇବେ ବୋଲି ଲାଞ୍ଜିଗଡର ବହୁ ବୁଦ୍ଧିଜୀବୀ ଓ ନାଗରିକ ସଂଗଠନ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଲାଞ୍ଜିଗଡ଼ ବଣିକ ସଂଘ ମଧ୍ୟ ଆସନ୍ତା କାଲି ଠାରୁ ତିନିଦିନ ଦୋକାନ ବଜାର ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.