କଳାହାଣ୍ଡି: ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୨୦୧୯-୨୦ବର୍ଷ ନିମନ୍ତେ ଶ୍ରେଷ୍ଠ ପଂଚାୟତିରାଜ ଅନୁଷ୍ଠାନ ପ୍ରୋତ୍ସାହନ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାରୁ କର୍ଲାମୁଣ୍ଡା ବ୍ଲକର ଗଜବାହାଲ ଶ୍ରେଷ୍ଠ ଗ୍ରାମପଂଚାୟତ ପୁରସ୍କାର ଲାଗି ଯୋଗ୍ୟ ବିବେତିତ ହେଇଛି । ଯୋଗ୍ୟ ବିବେଚିତ ହୋଇଥିବାରୁ ଏହି ପଂଚାୟତକୁ ପୁରସ୍କାର ସ୍ୱରୂପ ତିନିଲକ୍ଷ ଓ ମାନପତ୍ର ପ୍ରଦାନ କରାଯିବ। ରାଜ୍ୟର ତିରିଶଟି ଜିଲ୍ଲା ରୁ ଜିଲ୍ଳା ପ୍ରତି ଗୋଟିଏ ଲେଖାଏଁ ଶ୍ରେଷ୍ଠ ପଂଚାୟତ ମନୋନୟନ କରାଯାଇଛି। ଏହି ଖବର ପାଇ ପଂଚାୟତ ସରପଂଚ ପୂଜା ସାହୁ ଏବଂ ନିର୍ବାହୀ ଅଧିକାରୀ ପାର୍ଥ ରଣା ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଏହି ଖବର ପ୍ରଚାର ହେବାପରେ ବିଭିନ୍ନ ମହଲରୁ ପଂଚାୟତ କର୍ତୃପକ୍ଷଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in





