କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଯୁବରେଡକ୍ରସ ଆନୁକୂଲ୍ୟରେ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭର୍ଚୁଆଲ୍ ମୋଡରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଅବସର ପ୍ରାପ୍ତ ମୂଖ୍ୟ ଆୟକର କମିଶନର ତଥା ବିଶିଷ୍ଟ ସ୍ତମ୍ଭକାର ଶ୍ରୀକାନ୍ତ ଚାଟାର୍ଜି ମୂଖ୍ୟ ଅତିଥି ଭାବେ ଯୋଗଦେଇ ୱେବିନାରକୁ ଉଦଘାଟନ କରିବା ସହ ରେଡକ୍ରସର କାର୍ଯ୍ୟ ଧାରାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ଗୁରୁତ୍ୱ ଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟର କୁଳସଚିବ ପଦ୍ମ ଲୋଚନ ଭୁଏ ଓ ଓଡିଶା ରାଜ୍ୟ ଶାଖା ଯୁବରେଡକ୍ରସ ଅଧିକାରୀ ଡ଼ଃ. ଅଜୟ କୁମାର ତ୍ରିପାଠୀ କଳାହାଣ୍ଡି ଏବଂ ନୂଆପଡା ଜିଲ୍ଲାର ଯୁବରେଡକ୍ରସର ଅଧିକ ଅଗ୍ରଗତି  କରିବା ପାଇଁ ଆହ୍ୱାନ ଦେଇଥିଲେ। “ଯୁବରେଡକ୍ରସ ଓ ଅବିଭକ୍ତ କଳାହାଣ୍ଡି” ଶିର୍ଷକ ଆଲୋଚନାଚକ୍ରରେ ଡ଼ଃ. ତ୍ରିଲୋଚନ ଜେନା, ପ୍ରାଧ୍ୟାପକ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ, ପ୍ରାଧ୍ୟାପକ ଶୁଶାନ୍ତ କୁମାର ପାଢୀ, ସ୍ତମ୍ଭକାର ସତ୍ୟନାରାୟଣ ମୁଣ୍ଡଛିନା, ପ୍ରାଧ୍ୟାପକ ଭୁକନ ରାମ ଅହିର, ଡ଼ଃ. ତରୁଣ କୁମାର ପ୍ରଧାନ ଓ ଅଧ୍ୟାପକ ଅଶ୍ୱିନୀ ଓତା ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଦୁଇଗୋଟି ଜିଲ୍ଲାର ଯୁବରେଡକ୍ରସର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। କୁଳପତି ନିଜ ଅଭିଭାଷଣରେ କୋଭିଡ ମହାମାରୀ ସମୟରେ ଯୁବକ ମାନେ ରକ୍ତଦାନ କରିବା ସହ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଏହି ୱେବିନାରରେ ସଂଜୀବ କୁମାର ସାହୁ ସ୍ବାଗତ ଅଭିଭାଷଣ, ଶାନ୍ତନୁ କୁମାର ପରିଡା ଅତିଥି ପରିଚୟ ପ୍ରଦାନ, ଡ଼ଃ. ରାଧାରାଣୀ ନାୟକ କାର୍ଯ୍ୟକ୍ରମ ସଂଯୋଜନା ଓ ସଂଜୟ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଚଳିତ ବର୍ଷର ସଂକୁଳ ସ୍ତରୀୟ ଶିବିରରେ  ଯୋଗ୍ୟବିବେଚିତ ଶ୍ରେଷ୍ଠ ସ୍ବେଚ୍ଛାସେବୀ ମାନଙ୍କ ନାମ ଘୋଷଣା ସହ ଅନଳାଇନ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ବିଶ୍ୱ ବିଦ୍ୟାଳୟର ଉପ କୁଳସଚିବ ଡ଼ଃ. ଜୟଦେବ ସାହୁ  ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସରୋଜ ପଣ୍ଡା, ମୋହନ ଚରଣ ବିଶି, ମାନସ ପଣ୍ଡା, ସୁଧିର ପଣ୍ଡା, ସୁବ୍ରତ ବେହେରା, ଶୁଶୀଳ ସତପଥି, ବିଶ୍ୱ ରଂଜନ ବେହେରା, ଗିରିରାଜ ଗହୀର, ନୃସିଂହାନନ୍ଦ ସାସମଲ, ସଂଜୀବ ମୁଣ୍ଡ, ରାଜେଶ ମୁଣ୍ଡ, ଗୋବିନ୍ଦ ସାହୁ, ବିଭୂତି ପଟ୍ଟନାୟକ, ଭବାନୀ ପଣ୍ଡା, ପ୍ରମୁଖ ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.