ଲାଞ୍ଜିଗଡ/ନର୍ଲା: ଅସମୟରେ ଝଡି ପଡିଛନ୍ତି ପୁଣି ଜଣେ ଶିକ୍ଷକ। ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ସ୍ଥିତ ମଧୁ ମହେଶ୍ୱର ବୁଦ୍ଧିଆ ଉଚ୍ଚ ବିଦ୍ୟାଳୟର ଜଣେ ନିଷ୍ଠାପର ଶିକ୍ଷକ ଦାମୋଦର ଭୋଇଙ୍କ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ଭୋଇ କିଛିଦିନ ତଳେ ବିଷମକଟକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେ କରୋନା ସଂକ୍ରମିତ ହୋଇଥିବା ଜଣାଯାଏ। ତାଙ୍କର ଉଚ୍ଚ କିକିତ୍ସା ପାଇଁ ବିଷମକଟକରୁ ବିଶାଖାପାଟଣା ନେଉଥିବା ସମୟରେ ବାଟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ଜଣେ ଶାନ୍ତ ଶିଷ୍ଟ, କର୍ତ୍ତବ୍ୟନିଷ୍ଠ, ମିଷ୍ଟ ଭାସି, ମେଳାପୀ, ବନ୍ଧୁ ପ୍ରେମୀ ଓ ଉଦାର ପ୍ରକୃତିର ମଣିଷକୁ ହରାଇ ଜନ୍ମମାଟି ଲାଖଗୁଡା, କର୍ମଭୂମି କମର୍ଦ୍ଧା ସମେତ ନର୍ଲା ଓ ଲାଞ୍ଜିଗଡ଼ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ଦାମୋଦର ଭୋଇଙ୍କ ଆବର୍ତ୍ତମାନରେ ଶିକ୍ଷକ ସମାଜର ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ଦୁଃଖିତ ହୋଇ ବନ୍ଧୁ ତଥା ସହପାଠୀ ନିରଞ୍ଜନ ଗୌଡ଼ଙ୍କ ସମେତ କାମର୍ଦ୍ଧା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ଅମର ଆତ୍ମାର ସଦଗତି କାମନା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇଛନ୍ତି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in





