ଟିକାକରଣ କେନ୍ଦ୍ରରେ ପ୍ରବଳ ଭିଡ଼: ସଂକ୍ରମଣ ଆଶଙ୍କା

କୋରାପୁଟ: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ସାରା ଦେଶରେ ପ୍ରତିଷେଧକ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସରକାର ଏହି ଭ୍ୟାକ୍ସିନ ମାଗଣାରେ ଯୋଗାଇ ଦେଉଥିବା ବେଳେ ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅନଲାଇନ ବ୍ୟବସ୍ଥା ଜରିଆରେ ବିଭିନ୍ନ କାରଣରୁ ପଞ୍ଜିକରଣ କରିପାରୁ ନ ଥିବା ଅନେକ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ପ୍ରାତଃ ସମୟରୁ ଲାଇନ ଲଗାଉଛନ୍ତି। ସରକାର ବାରମ୍ବାର ଟିକାକରଣ କେନ୍ଦ୍ରଗୁଡିକରେ ସମସ୍ତଙ୍କ ସୁବିଧା କରାଯାଇଥିବାର ଘୋଷଣା କରୁଥିବା ବେଳେ କିନ୍ତୁ ବାସ୍ତବ ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ ରହିଛି। କୋରାପୁଟ ସ୍ଥିତ ଗାନ୍ଧୀନଗର କୋଭିଡ ଚିକିତ୍ସାଳୟ କେନ୍ଦ୍ରରେ ବରିଷ୍ଠ ନାଗରିକମାନେ ସକାଳୁ ଯାଇ ଲାଇନ ଲଗାଉଥିବା ବେଳେ କିନ୍ତୁ ଅବ୍ୟବସ୍ଥା ଯୋଗୁଁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଗୋଟିଏ ସ୍ଥାନରେ ପଞ୍ଜିକରଣ ଟୋକନ ଦିଆଯାଉଥିବା ବେଳେ ଅନ୍ୟ ସ୍ଥାନରେ ଟିକା ଦିଆଯାଉଛି। ଏହା ସହିତ କୋଭିଡ –୧୯ ନିୟମ ଯେପରିକି ମାସ୍କ ପରିଧାନ, ସାମାଜିକ ଦୂରତା ଇତ୍ୟାଦି ପ୍ରାଥମିକ ନିୟମ ମଧ୍ୟ କେହି ମାନୁ ନଥିବା ପରିଲକ୍ଷିତ ହୋଇଛି। ଦିନ ୮ ଟାରେ ଟିକାକରଣ ଆରମ୍ଭ କରାଯାଉଥିବା ବେଳେ ଅଫଲାଇନ ପଞ୍ଜିକରଣ ମଧ୍ୟ ୮ ଟାରେ ଆରମ୍ଭ କରାଯାଉଥିବାରୁ ନାହିଁ ନ ଥିବା ଭିଡ ପରିଲକ୍ଷିତ ହେଉଛି। ପଞ୍ଜିକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ମଧ୍ୟ କୌଣସି ଠୋସ ପଦକ୍ଷେପ ନିଆଯାଉ ନ ଥିବାରୁ କାଉଣ୍ଟର ଖୋଲିବା ପରେ ଲୋକେ ଠେଲାପେଲା ହୋଇ ପଞ୍ଜିକରଣ ପାଇଁ ଚେଷ୍ଟା କରୁଛନ୍ତି। ଏବେ ପ୍ରବଳ ଗ୍ରୀଷ୍ମ ତାପ ହେଉଥିବା ବେଳେ ପଞ୍ଜିକରଣ ପରେ ଟିକା ନେବା ପାଇଁ ମଧ୍ୟ ବରିଷ୍ଠ ନାଗରିକମାନେ ଖୋଲା ଆକାଶ ତଳେ ଲାଇନ ଲଗାଉଛନ୍ତି। ସେମାନଙ୍କ ନିମନ୍ତେ ରହଣି ପାଇଁ ଏକ ସୁବ୍ୟବସ୍ଥିତ ଟେଣ୍ଟର ବ୍ୟବସ୍ଥା ମଧ୍ୟ ନାହିଁ। କୋରାପୁଟର ଏହି କୋଭିଡ କେନ୍ଦ୍ରରେ ଯେଭଳି ଭାବରେ ଏହି ଟିକାକରଣ କେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି, ଯଦି ଏଭଳି ଲାଗି ରହେ ତାହା ହେଲେ କରୋନା ସଂକ୍ରମଣ କମିବା ଅପେକ୍ଷା ବୃଦ୍ଧି ପାଇବାର ଆଶଙ୍କା ଲାଗି ରହିବ ବୋଲି ବୁଦ୍ଧିଜୀବୀ ଅନୁଭବ କରିଅଛନ୍ତି। ସରକାର ଅନେକ ପ୍ରକାରର ଟିକାକରଣ ପାଇଁ ସୁବିଧା ସହିତ ଗାଇଡଲାଇନ ଯୋଗାଇ ଦେଉଥିବା ବେଳେ କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଅବ୍ୟବସ୍ଥା ଜାରି ରହିଛି। ଏଣୁ ତୁରନ୍ତ ବରିଷ୍ଠ ନାଗରିକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏବଂ କରୋନା ସଂକ୍ରମଣକୁ ରୋକିବା ଦିଗରେ ସୁବ୍ୟବସ୍ଥିତ ଟିକାକରଣର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ଆଶାବ୍ୟକ୍ତ କରିଅଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.