ବରିଷ୍ଠ ଶିକ୍ଷୟିତ୍ରୀଙ୍କ ଦେହାନ୍ତ

କୋରାପୁଟ: କରୋନା ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ବିଭିନ୍ନ ନୀତିନିୟମ, ସଚେତନ ହେବା ସତ୍ତ୍ବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୂଲ୍ଯବାନ ଜୀବନ ଚାଲି ଯାଉଛି। ଠିକ୍ ସେଭଳି କୋରାପୁଟ ବ୍ଲକ ଅନ୍ତର୍ଗତ ଫରେଷ୍ଟ କଲୋନୀ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଂଯୁକ୍ତା ପଟ୍ଟନାୟକଙ୍କ ଦେହାନ୍ତ ଘଟିଅଛି। କୋରାପୁଟ ମୁଖ୍ୟ ରାସ୍ତା ନିକଟରେ ସ୍ବର୍ଗତା ରଂଯୁକ୍ତା ପଟ୍ଟନାୟକଙ୍କ ପରିବାରବର୍ଗ ରହନ୍ତି। କିଛି ଦିନ ତଳେ ସେ କୋଭିଡ୍ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ କିନ୍ତୁ ଅବସ୍ଥା ସାଙ୍ଘାତିକ ହେବାରୁ ତାଙ୍କୁ ବ୍ରହ୍ମପୁର ମୁଖ୍ୟ ଚିକିତ୍ସାଳାୟର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସିତ ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି। ଯାହା ଅଞ୍ଚଳରେ ଶୋକର ଛାୟା ଖେଳିବା ସହ ଶିକ୍ଷକ ସମାଜରେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଶିକ୍ଷୟିତ୍ରୀ ରଂଯୁକ୍ତା ଜଣେ ମେଳାପୀ, ଛାତ୍ରବତ୍ସଳା, ମିଷ୍ଟଭାଷୀ ପ୍ରକୃତିର ଥିଲେ। ଏହି ଶିକ୍ଷୟିତ୍ରୀଙ୍କ ଦେହାନ୍ତ ପରେ ସଂପୂର୍ଣ୍ଣ ଅଞ୍ଚଳ, ଶିକ୍ଷକ ସମାଜ ବିଶେଷ କରି ତାଙ୍କର ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଗଭୀର ଆଘାତ ପହଞ୍ଚିଛି। ଆପଣାର ଶିକ୍ଷୟିତ୍ରୀଙ୍କୁ ମନେ ପକାଇ ଛାତ୍ରଛାତ୍ରୀ, ବନ୍ଧୁ ପରିଜନ, ଗ୍ରାମବାସୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିବା ଦେଖାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.