ପଞ୍ଚମ ଶ୍ରେଣୀ ଛାତ୍ର ଶ୍ରୀଜିତ୍ ତିଆରି କଲେ ମିନି କୁଲର

କଳାହାଣ୍ଡି: ମାତ୍ର ପଞ୍ଚମ ଶ୍ରେଣୀର ପିଲାଟିଏ । ଛୋଟ ବେଳୁ ହିଁ ତାଙ୍କରି ଇଲେକ୍ଟିକାଲ କାମରେ ରୁଚି । ଏକା ଏକା ସେ ଲାଗିରହିଥାନ୍ତି, ଇଲେକ୍ଟ୍ରି ବଲ୍ୱ, ହୋଲଡ଼ର ଆଦିରେ । କେବେ ନିଜ ସାଇକେଲରେ ଲାଇଟ ସଂଯୋଗ ତ ନିଜ ଆଉ କେବେ ନିଜ ସାଇକେଲରେ ହର୍ଣ୍ଣ । ଟୁଥ୍ ପେଷ୍ଟ ଖୋଳରେ ଗାଡ଼ି (ଗାଡ଼ି ମୋଟର ସାହାଯ୍ୟରେ ଚାଲିବା), କାଗଜର ବନ୍ଧୁକ (ଯୋଉଠୁ ଗୁଳି ଫୁଟୁଥିଲା) ଜେସିବି ଗାଡ଼ି, ଯୁଦ୍ଧଗାଡ଼ି, ସାଇକେଲରେ ମୋବାଇଲ ଚାର୍ଜର ଲଗେଇ ମୋବାଇଲ ଚାର୍ଜ ଭଳି କିସମ କିସମର ବୈଦ୍ୟୁତିକ ସରଞ୍ଜାମ ତିଆରି କରୁଛନ୍ତି । ତେବେ ଲକଡ଼ାଉନ ଫଳରେ ଗତ ଏକ ବର୍ଷରୁ ଉର୍ଦ୍ଧ୍ୱ ହେଲା ଘରେ ରହିବା ଫଳରେ ତାଙ୍କୁ ମିଳିଛି ପର୍ଯ୍ୟାପ୍ତ ସମୟ । ପାଠପଢା ବାଦରେ ସେ ଲାଗିଯାନ୍ତି ନିଜ କାମରେ । ୟୁଟୁବ୍ ଦେଖି ଦେଖି ନୂଆ କିଛି କରିବାର ଯୋଗାଡ଼ ଯନ୍ତ୍ରରେ ଲାଗିପଡ଼ିଥାନ୍ତି । ଯାହା କିଛି ସାମଗ୍ରୀ ଦରକାର ହୁଏ, ସେ ବାପାଙ୍କୁ ବଜାରରୁ ଆଣିଦେବାକୁ କୁହନ୍ତି । ଏବେ ଖରା ଦିନ, ଚାଳିଶ ଡ଼ିଗ୍ରୀ ଉପରେ ତାତି । ତେଣୁ ଖରା ଦିନ ଲାଗି ସେ ମିନି କୁଲରଟିଏ ତିଆରି କରିପାରିଛନ୍ତି ନିଜ ବୁଦ୍ଧିବଳରେ । ଏହି ମିନିକୁଲରରେ ୱାଟର ପମ୍ପ, ୱାଟର ବକ୍ସ, ପଙ୍ଖା ସବୁକିଛି ଲାଗିଛି ଏବଂ ମୋବାଇଲ ଚାର୍ଜର ସାହଯ୍ୟରେଣ୍ଟ ସଂଯୋଗ କରି ଏହି କୁଲର ଚାଲୁଥିବା ଦେଖାଯାଇଛି ।

Omkar Vasthu
Omkar Vasthu


କଳାହାଣ୍ଡି ଜିଲ୍ଲା ମ.ରାମପୁର ସଦର ନିବାସୀ ହରିଶଙ୍କର ମିଶ୍ର ତଥା ଜ୍ୟୋର୍ତିମୟୀ ମିଶ୍ରଙ୍କ ଏକ ମାତ୍ର ପୁତ୍ର ଶ୍ରୀଜିତ ମିଶ୍ର । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚଳିତ ବର୍ଷ ପଂଚମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଶ୍ରୀଜିତଙ୍କ ଏଦାଦୃଶ ରୁଚି ଅନ୍ୟମାନଙ୍କ ପାଇଁ ପ୍ରେରଣା ତଥା ଉଦାହରଣ ନିଶ୍ଚୟ । କରୋନା କାଳରେ ଘରେ ରହି ସୁସ୍ଥ ରହିବାର ବାର୍ତ୍ତା ଚାରିଆଡ଼େ ଦିଆ ଯାଉଥିବାବେଳେ ଶ୍ରୀଜିତ କିନ୍ତୁ ଘରେ ରୁହନ୍ତୁ, ଋଚି ବଢାନ୍ତୁ ବୋଲି କହିଛନ୍ତି । ଘରେ ରହି ଏଇମିତି ଅନେକ ସାମଗ୍ରୀ ତିଆରି କରିଛନ୍ତି ଶ୍ରୀଜିତ । ପାଲଟି ଯାଇଛନ୍ତି କୁନି ଇଲେକ୍ଟିସିଆନ । ତାଙ୍କ ଅଭିଭାବକ ମଧ୍ୟ ପୁଅର ଏଇ କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରିବା କୁହନ୍ତି ପିତା ଶ୍ରୀ ମିଶ୍ର ।

Pearl dental clinic
Near Ashish Medical Store, Bhawanipatna
ଉପସ୍ଥାପନା: ହେମନ୍ତ ସାହୁ
ମ.ରାମପୁର, କଳାହାଣ୍ଡି

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.