ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ର ନିକଟରେ ପ୍ରବଳ ଗହଳି

ଭତ୍ତା ଆଣିବାକୁ ଆସି ହନ୍ତସନ୍ତ ହିତାଧିକାରୀ: ରହୁନି ସାମାଜିକ ଦୂରତା, ଠିକ୍ ଭାବରେ ମାସ୍କ ପିନ୍ଧୁ ନାହାନ୍ତି ଲୋକେ

କୋରାପୁଟ: ଆଜି କୋରାପୁଟ ବ୍ଲକ ଅନ୍ତର୍ଗତ ଶିକ୍ଷକ କଲୋନୀ ବିଦ୍ୟାଳୟରେ ଅସ୍ଥାୟୀ ଭାବରେ ଚାଲୁଥିବା ବାର୍ଦ୍ଧକ୍ୟ ଭତ୍ତା କେନ୍ଦ୍ର ନିକଟରେ ପ୍ରବଳ ଗହଳି ଦେଖା ଦେଇଅଛି। କରୋନାର ଦ୍ଵିତୀୟ ଲହରୀ ବର୍ତ୍ତମାନ ଲୋକଙ୍କ ଜୀବନ ନେବାକୁ ବସିଲାଣି କିନ୍ତୁ ବର୍ତ୍ତମାନ ଏହି କେନ୍ଦ୍ର ନିକଟରେ ପ୍ରାୟ ୫୦ ରୁ ଉର୍ଦ୍ଧ ହିତାଧିକାରୀ ସକାଳ ୯ଟାରୁ ଗହଳି ଲଗେଇ ପରସ୍ପର ନିକଟତର ହୋଇ ବସିଥିବା ଏବଂ କିଛି ଲୋକ ମୁହଁରେ ଠିକ ଭାବରେ ମାସ୍କ ପରିଧାନ କରିନଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପ୍ରଶାସନ ତଥା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କରୋନା କଟକଣା ମଧ୍ୟରେ ଏହି ସବୁ ହିତାଧିକାରୀ ତଥା ଗରିବଙ୍କୁ ଭତ୍ତା ବଣ୍ଟନ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ସମ୍ପୃକ୍ତ ଭତ୍ତା ବଣ୍ଟନକରି କର୍ମଚାରୀ ଜଣକ ଏହି କେନ୍ଦ୍ରକୁ ବହୁ ବିଳମ୍ବରେ ଆସିଥିବା ଦେଖିବାକୁ ମିଳିଥିଲା। ତେବେ ପ୍ରବଳ ଖରାରେ ଏହି ସବୁ ଗରିବ, ମଜୁରିଆ ହନ୍ତସନ୍ତ ହେଉଥିବା ଏପରିକି କରୋନା ଭଳି ମହାମାରୀକୁ ପୁନଃ ସ୍ବାଗତ କରିବା ତଥା ନିଜ ଜୀବନକୁ ବିପଦରେ ପକେଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଅଛି। ଗୋଟିଏ ପଟରେ ରାଜ୍ୟ ସରକାର ଏହି ସବୁ ହିତାଧିକାରୀଙ୍କ ଘର ଘରକୁ ଯାଇ ଭତ୍ତା ବଣ୍ଟନ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ଯେ, କେତେ ଦୂର କାର୍ଯ୍ୟକାରୀ ହେଉଅଛି ଏଥିରୁ ସ୍ପଷ୍ଟ ଅନୁମାନ କରିହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.