ଧର୍ନୀ ପୀଠରେ ଶୀତଳ ପୂଜା

କଳାହାଣ୍ଡି: ଆଦିବାସୀ ସଂସ୍କୃତିର ଏକ ମହାନ ଦେବତା ଧର୍ନୀ ଦେବୀଙ୍କ ଶୀତଳ ପୂଜା ଆଜି ବୁଢିପଦର ଧର୍ନୀ ପୀଠରେ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦର ଧର୍ନୀ ପୀଠରେ ଶୁକ୍ରବାର ଦିନ ଧର୍ନୀ ଦେବୀଙ୍କ ନବକଳେବର ନୀତି ସଂପାଦିତ ହୋଇଥିଲା। ଏହାପରେ ଆଜି (ରବିବାର) ଧର୍ନୀଙ୍କ ସମେତ ମାଏଲି, କୁଞ୍ଜିଆ ଭୀମା, କନ୍ଧେନ ରାନୀ, ଡୁମେର ରାନୀ, କଲାପାର, ଡଙ୍ଗରବୁଢା, ରପାଙ୍ଗ, ଗବଡା, ବାମନେନ ବୁଢି, ଗଣା ବୁଢା, ବଜର ଗଡେନ, ପାଦଧୁଏନ ଆଦି ଦେବାଦେବୀଙ୍କ ଶାନ୍ତି ବିଧାନ ପାଇଁ ଶୀତଳ ପୂଜା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜାଣତ ଅଜାଣତରେ ଗ୍ରାମବାସୀମାନେ କରିଥିବା ଭୁଲ୍ ପାଇଁ ଗୈାନ୍ତିଆ ଦେବୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ପର୍ଯ୍ୟାୟକ୍ରମେ ଭୂମୀରେ ଅଭିମନ୍ତ୍ରୀତ ଜଳ, କ୍ଷୀର ଓ ମଦ୍ୟ ଅର୍ପଣ କରିଥିଲେ। ଏହାପରେ ବିଧି ମୁତାବକ ଦେବୀଙ୍କୁ ଭୋଜ୍ୟ ବସ୍ତୁ ଅର୍ପଣ କରାଯାଇଥିଲା। ଗ୍ରାମର ଗୈାନ୍ତିଆ କୁବେର ମାଝୀ, ସାନ ଗୈାନ୍ତିଆ ଧନେ ମାଝୀ, ଜାନୀ ଗୁରୁ ସିଂ ମାଝୀ, ଭଗବାନ ମାଝୀ, ଗଣା ଡୁମେର ହରିଜନ ଆଦି ଶୀତଳ ପୂଜା ନିତି ସଂପାଦନା କରିଥିଲେ।

Udyog Nursery
Udyogi Nursery

ଶୀତଳ ପୂଜା କରିବା ଦ୍ବାରା ପୃଥିବୀ ଦେବୀ (ଧର୍ନୀ) ଶାନ୍ତ ହେବାସହ ସର୍ବଦେବାଦେବୀ ସନ୍ତୁଷ୍ଟ ହୋଇଥାନ୍ତି। ଏହାସହ ଗ୍ରାମରୁ ରୋଗ ବୈରାଗ ଦୂର ହୋଇ ଶାନ୍ତି ବିରାଜମାନ କରିଥାଏ ଏବଂ ଉତ୍ତମ ଫସଳ ହୋଇଥାଏ ବୋଲି ବିଶ୍ବାସ ରହିଛି। କାର୍ଯ୍ୟକ୍ରମରେ ଲୋକ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀ, ଗଜାନନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସତ୍ରୁଘନ ଧଙ୍ଗଡା ମାଝୀ, ପଣ୍ଡିତ ତରୁଣ ଗଉଡ ପ୍ରମୁଖ ଉପସ୍ଥିତ ଥିବାବେଳେ ଗ୍ରାମବାସୀମାନେ ସହଯୋଗ କରିଥିଲେ।

ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.