ବୈରାଗୀହାଲୁଆ ପଂଚାୟତରେ ଜ୍ୱର ବ୍ୟାପିବା ପ୍ରସଙ୍ଗ: ୮୦ଜଣଙ୍କ ସ୍ୱାବ ଟେଷ୍ଟିଂ, କିଛି ନମୂନାରେ କରୋନା ପଜିଟିଭ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ବୈରାଗୀହଲୁଆ ଗ୍ରାମ ପଂଚାୟତର ଗୁରୁରାଜଗୁଡା, ସାନଲୁକୁଟି, ବେଣିଆଡାଙ୍ଗ ଓ ବୈରାଗୀହଲୁଆ ସମେତ ଅନ୍ୟ ଗ୍ରାମଗୁଡିକରେ ଜ୍ୱର ବ୍ୟାପିବା ପ୍ରସଙ୍ଗକୁ ନେଇ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବୁଧବାର ବୈରାଗୀହଲୁଆ ଗ୍ରାମରେ ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଅଫିସର ଡାକ୍ତର ପ୍ରଦୀପ୍ତ କୁମାର ସୁବୁଦ୍ଧିଙ୍କ ତତ୍ୱାବଧାନରେ ମେଡିକଲ ଟିମ୍ ପଂହଚି ସ୍ୱାବ ପରୀକ୍ଷା ନିମନ୍ତେ ଏକ ଶିବିର ଅନୁଷ୍ଠିତ କରିଥିଲେ ।

Omkar Vasthu
Omkar Vasthu


ଏହି ଶିବିରରେ ଗୁରୁରାଜଗୁଡା, ସାନଲୁକୁଟି, ବେଣିଆଡାଙ୍ଗ ଓ ବୈରାଗୀହଲୁଆ ସମେତ ଅନ୍ୟ ଗ୍ରାମଗୁଡିକରେ ଜ୍ୱରରେ ଆକ୍ରାନ୍ତ ଥିବା ୮୦ଜଣ ରୋଗୀମାନଙ୍କ ସ୍ୱାବ ଟେଷ୍ଟିଂ କରାଯାଇଥିଲା । ସେହିପରି ଥଣ୍ଡାରୋଗ ଜନିତ ଜ୍ୱର, ଥଣ୍ଡା, କାଶ ଓ ମୁଣ୍ଡବିନ୍ଧା ଭଳି ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ପାରାସିଟେମଲ, ଆଜିଥ୍ରୋମାଇସିନ୍‌, ସିଟ୍ରିଜେନ୍ ଆଦି ଔଷଧ ପ୍ରଦାନ କରାଯାଇଥିବା ବେଳେ ସ୍ୱାବ ଟେଷ୍ଟିଂ ବେଳେ ୬ଜଣରୁ ଉର୍ଦ୍ଧଙ୍କ ଠାରେ ସ୍ୱାବ ନମୂନା ପଜିଟିଭ୍ ରହିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ତେବେ ସ୍ୱାବ ନମୂନାରେ ପଜିଟିଭମାନଙ୍କୁ ଘରେ ଅଲଗା ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯିବା ସହ ଭିଟାମିନ-ସି ଓ ଜିଙ୍କ ଏବଂ କରୋନା ସମ୍ବନ୍ଧିତ ଔଷଧ ପ୍ରଦାନ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଆଶାକର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପଜିଟିଭମାନଙ୍କ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଶିବିରକୁ ତଦାରଖ କରିବା ପାଇଁ ଆସିଥିବା ଜେମାଦେଈପେଣ୍ଠ ସିଏଚସି ମେଡିକଲ ଅଧିକାରୀ ଡାକ୍ତର ଶ୍ରୀ ସୁବୁଦ୍ଧି ପ୍ରକାଶ କରିଛନ୍ତି । ଶିବରଟି ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ମଧ୍ୟରେ ସମାପ୍ତ ହୋଇଥିବା ବେଳେ ମେଡିକଲ ଟିମ୍‌ରେ ଡାକ୍ତର ସୁନୀଲ ମହାପାତ୍ରଙ୍କ ସମେତ ଏଏନଏମ୍‌, ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି, ବୈରାଗୀହଲୁଆ ଗ୍ରାମ ପଂଚାୟତର ୪ଖଣ୍ଡ ଗ୍ରାମରେ ଜ୍ୱର ବ୍ୟାପିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଉକ୍ତ ପଂଚାୟତରେ ମେଡିକଲ ଟିମ ପକ୍ଷରୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରୟାସ କରାଯାଇଥିବା ବେଳେ ଗ୍ରାମବାସୀମାନେ ମେଡିକଲ ଟିମକୁ ସ୍ୱାବ ଟେଷ୍ଟିଂ ପାଇଁ ସହଯୋଗ କରି ନ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.