ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା

କଳାହାଣ୍ଡି,(ହେମନ୍ତ ସାହୁ): ମହାମାରୀ କରୋନାରେ ବ୍ରେକ ଲଗାଇବା ପାଇଁ ସାରା ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଓ ଲକଡାଉନ ଜାରି ହୋଇଛି। ଏହି ସମୟରେ ଲୋକଙ୍କ ଦ୍ବାରଦେଶରେ ରାଜସ୍ବ ସେବା ପହଞ୍ଚାଇବା ପାଇଁ ସରକାର ଏକ ଅଭିନବ ଯୋଜନା ହାତକୁ ନେଇଛନ୍ତି। କରୋନା କାଳରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି, ତେଣୁ ଲୋକଙ୍କ ପାଖକୁ ରାଜସ୍ବ ସେବା ପହଂଚାଇବା ଉଦ୍ଦେଶ୍ୟରେ ଗାଁ କୁ ଗାଁ ଯାଉଛି ରାଜସ୍ବ ରଥ। ଏହାରି ମାଧ୍ଯମରେ ଲୋକେ ତହସିଲ ଅଫିସର ସମସ୍ତ ସେବା ପାଇ ପାରୁଛନ୍ତି। ସେହି କ୍ରମରେ ମ.ରାମପୁର ତହସିଲ ବାରବନ୍ଧା ଅଂଚଳରେ ଆଜି କଳାହାଣ୍ଡିର ଉପଜିଲ୍ଲାପାଳ ସୁଶାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ଗାଁରେ ରାଜସ୍ୱ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।

Omkar Vasthu
Omkar Vasthu


ନିଜେ ଉପଜିଲ୍ଳାପାଳ କାର୍ଯ୍ୟକ୍ରମର ଗୁରୁତ୍ୱକୁ ଉପଲବ୍ଧି କରି ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କ ସହିତ ବାରବନ୍ଧା, ପୁଜିଲଡ଼ୁ ଅଂଚଳକୁ ଯାଇ ବାସିନ୍ଦା ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣପତ୍ର ଭଳି ବିଭିନ୍ନ ରାଜସ୍ୱ ସେବା ଯୋଗାଇ ଦେଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ପରିଦର୍ଶକ ତପୋବନ ବାରିକ, ରାଜସ୍ୱ ନିରୀକ୍ଷକ ମୁନସି ରାମ ମାଝୀ, ରେକର୍ଡ଼ କିପର ଯୋଗେଶ୍ୱର ପୋଢ ପ୍ରମୁଖ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.