କୋରାପୁଟ: କୁହାଯାଏ ରକ୍ତ ଦାନ ଏକ ମହତ ଦାନ। ଠିକ ସେହିଭଳି ଏକ ଦାନ ଭଳି ମହତ କାର୍ଯ୍ୟ କରି କୋରାପୁଟର ଆଦର୍ଶ ପାଲଟିଥିବା ମଣିଷ ହେଉଛନ୍ତି ଜିଲ୍ଲା ରକ୍ତଦାତା ସଙ୍ଘର ସଭ୍ୟ କାଳୁ ରାମ ଠାକୁର। ସହରର ବିକାଶ ଡାଇଗୋନିଷ୍ଟ କେନ୍ଦ୍ର ଏବଂ ହସ୍ପିଟାଲ ମଧ୍ୟରେ ଚିକିତ୍ସତ ହେଉଥିବା ଏକ ରୋଗୀ ଯାହାଙ୍କ ନାମ ଏ.ପାର୍ବତୀ ପାତ୍ର ତାଙ୍କୁ ବି+ ରକ୍ତ ଆବଶ୍ୟକତା ଥିବା ଖବର ପାଇ ତୁରନ୍ତ ରକ୍ତ ଦେବାକୁ ଆଗେଇ ଆସିଥିଲେ କୋରାପୁଟ ରକ୍ତଦାତା କେନ୍ଦ୍ରର ସଭ୍ୟ କାଳୁ ରାମ ଠାକୁର। ତାଙ୍କର ଏହି ସେବାକୁ ରୋଗୀ ପାର୍ବତୀ ପାତ୍ରଙ୍କ ପରିବାର ଧନ୍ୟବାଦ ଦେବା ସହ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଥିବା ଦେଖିବାକୁ ମିଳିଛି।